ତିବତୀୟ ସରଣାର୍ଥୀଙ୍କ ହୀରା ଜୟନ୍ତୀ ପାଳିତ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଦୀର୍ଘ 60 ବର୍ଷ ପୂର୍ବେ ଆଜିର ଦିନରେ ତିବତୀୟ ମାନେ ତିବତୀୟ ଦେଶରୁ ଓଡିଶାର ଗଜପତି ଜିଲ୍ଲାକୁ ଆସିଥିଲେ । ଏହି ପରିପେକ୍ଷୀର ଆଜି ମୋହନା ବ୍ଲକ ପାଞ୍ଚଆମ୍ବ ଠାରେ ତିବତୀୟଙ୍କ ହୀରା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଯୋଗ ଦେଇଥିଲେ। ପ୍ରଥମେ ମଞ୍ଚ ଉପରେ ଧର୍ମଗୁରୁ ଦଳାଇ ଲାମାଙ୍କୁ ଔପଢକନ୍ୟ ଦେବାସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ତିବତ ଧର୍ମ ଗୁରୁ ମାନେ ଯୋଗ ଦେଇଥିଲେ । ଏହି ଜୟନ୍ତୀକୁ ଗୁରୁଜୀ ପେମା ଖେମ୍ପୋ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା । ୧୯୬୨ ମସିହାରେ ତିବତୀୟ ମାନେ ଭାରତ ଆସିଥିଲେ ସେତେବେଳେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସେହି ସମୟର କିଭଳି କଠିନ ପରିଶ୍ରମ କରି ଚାଲି ଚାଲି ତିବତ ଦେଶରୁ ଭାରତ ଆସିଥିଲେ ଏବଂ ସେ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ଜୀବିକା ଉପରେ ଉଦବୋଧନ ଦେଇଥିଲ । ଗୁରୁଜୀ ପେମା ଖେମ୍ପୋ ତତ୍କାଳୀନ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ପରିଶେଷରେ ତିବତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

You might also like
error: Content is protected !!