ଜାରପା କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଜାରପା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ ପ୍ରତି ବିଦ୍ୟାଳୟରୁ ୧ମ ରୁ ୩ୟ ଶ୍ରେଣୀର ସର୍ବାଧିକ ୧୦ଜଣ ଛାତ୍ର ଛାତ୍ରୀ ମାନଙ୍କ ସହିତ ଏଫ୍ ଏଲ ଏନ୍ ଶିକ୍ଷକ ଏବଂ ପ୍ରତି ବିଦ୍ୟାଳୟରୁ ୧୦ ଜଣ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଏଫ୍ ଏଲ ଏନ୍ ଶିକ୍ଷକ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ଗୁଡିକୁ ମେଳାରେ ପ୍ରଦର୍ଶିତ କରିଥିଲେ। ଏହି ମେଳାରେ ୧୮୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ମେଳାର ଆନନ୍ଦ ଉଠାଇଥିଲେ। ଏହି ମେଳାରେ ସାକ୍ଷରତା ଷ୍ଟଲରେ କବିତା ପୋଷ୍ଟର, ବଡ଼ ବହି, ଚିତ୍ର ପୋଷ୍ଟର ଏବଂ ଶିକ୍ଷକଙ୍କ ନିମନ୍ତେ ସହାୟକ ପୁସ୍ତିକା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ସଂଖ୍ୟା ଜ୍ଞାନ ଷ୍ଟଲରେ ଗଣିତ କଳିକା ସାମଗ୍ରୀ, କାର୍ଯ୍ୟପୁସ୍ତିକା ଏବଂ ଶିକ୍ଷାଦାନ ଶିକ୍ଷଣ ପୁସ୍ତିକା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ସୃଜନାତ୍ମକ ଷ୍ଟଲରେ ଶିକ୍ଷାର୍ଥୀ ବକ୍ତୃତା, ଚିତ୍ରାଙ୍କନ, ଶବ୍ଦ ଖେଳ, କଳା ଓ ହସ୍ତଶିଳ୍ପ (କ୍ଲେ କାର୍ଯ୍ୟ ଏବଂ ଖେଳନା ପ୍ରସ୍ତୁତି) ଏବଂ ସୃଜନଶୀଳ ଲିଖନ ଭଳିକାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ଉକ୍ତ ମେଳାରେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିପୁଣ ଓଡ଼ିଶା ମେଳା ପ୍ରଥମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ଅମୂଲ୍ୟ ବରଦାନ। ଶିକ୍ଷା ବିଭାଗରେ ଏଭଳି ଅଭିନବ ପ୍ରୟାସ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହାକୁ ଆମେ ଗ୍ରହଣ କରି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ଆଣିବାକୁ ପ୍ରୟାସ କରିବାକୁ ହେବ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାର ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସିଙ୍ଗନା ତାଡିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିପୁଣ ମେଳା କିପରି ଶିକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅଶୋକ କୁମାର ଘଡ଼ାଇ ସଭାପତି ଭାର ଗ୍ରହଣ କରି ଥିବାବେଳେ ଜାରପା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଜିମିୟା ଗମାଙ୍ଗୋ ମୁଖ୍ୟବକ୍ତା ଆସନରେ ଅଧିଷ୍ଠିତ ହୋଇଥିଲେ। ଉତ୍ତମ ଶିକ୍ଷକ ଶ୍ରୀ ହେମନ୍ତ କୁମାର ମଲ୍ଲିକ ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ଜାରପା କ୍ଲଷ୍ଟରର ଅଠର ଗୋଟି ବିଦ୍ୟାଳୟର ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

You might also like
error: Content is protected !!