ଫେବୃଆରୀ 2025 ରେ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପ୍ରତିଦିନ ହାରାହାରି 130.5 ରେକ୍ମାଲ ପରିବହନ କରି, ରେକର୍ଡ ହାସିଲ କରିଛି ।

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଫେବୃଆରୀ 2025 ମାସରେ, ପ୍ରତିଦିନ ହାରାହାରି 130.5 ରେକ୍ ଲୋଡିଙ୍ଗ୍ କରି ମାଲ ପରିବହନରେ ଏକ ଉଲ୍ଲେଖନୀୟ ପ୍ରଦର୍ଶନ ପଞ୍ଜିକରଣ କରିଛି । ମଣ୍ଡଳ ଗତ ମାର୍ଚ୍ଚ 2024 ରେ କରିଥିବା ତରୋ ନିଯୋରୋ ରେକର୍ଡ ଅତିକ୍ରମ କରିଛି, ଯାହା ପ୍ରତିଦିନ ହାରାହାରି 128.1 ରକ୍ ଥିଲା । 2025 ଫେବୃଆରୀ ମାସରେ, ଯଥା 1 ଫେବୃଆରୀରୁ 28 ଫେବୃଆରୀ ମଧ୍ୟରେ, ଡିଭିଜନ୍, ବିଭିନ୍ନ ଲୋଡିଂ ପଏଣ୍ଟରୁ ସମୁଦାୟ 3655 ରେକ୍ ଲୋଡିଙ୍ଗ୍ କରିଛି । ଫେବୃଆରୀ 2025 ମାସରେ, ପାରାଦୀପ ଲୋଡିଂ ପଏଣ୍ଟ, ପ୍ରତିଦିନ ହାରାହାରି 29.1 ରେକ୍ ମାଲ ପରିବହନ କରି, ସର୍ବଶ୍ରେଷ୍ଠ ଲୋଡିଙ୍ଗ୍ ରେକର୍ଡ ହାସିଲ କରିଛି । ଏହି ମାଲ ପରିବହନ ମାଇଲଖୁଣ୍ଟରେ ମୁଖ୍ୟ ଯୋଗଦାନକାରୀମାନେ ଖୋର୍ଦ୍ଧାରୋଡମଣ୍ଡଳ ଅଧୀନରେ ଥିବା ପ୍ରମୁଖ ଲୋଡିଂ ପଏଣ୍ଟ ଯଥା ତାଳଚେର, ଧାମରା, ମେରାମଣ୍ଡଳି, ଯଖପୁରା, ସୁକିନ୍ଦା, କେରଜଙ୍ଗ, ନୟାଗଡ଼ ଇତ୍ୟାଦି । ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ର ସମସ୍ତ ଲୋଡିଂ ପଏଣ୍ଟରେ ସରକାରୀ କ୍ଷେତ୍ର ଏବଂ ଶିଳ୍ପ ସହିତ ସଠିକ୍ ଯୋଜନା ଏବଂ ସମନ୍ୱୟ ଏହି ଲକ୍ଷ୍ୟ ହାସଲ କରିବାରେ ବହୁ ସହାୟକ ହୋଇଛି । ମାଲ ପରିବହନରେ ଏହି ସଫଳତା ପାଇଁ, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍. ବାଜୱା, ସମସ୍ତଙ୍କୁ ପ୍ରଶଂସା କରିଛନ୍ଥି । ସମଗ୍ର ଦେଶରେ ବିଭିନ୍ନ ପାୱାର ହାଉସ୍, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍ ଏବଂ ଶିଳ୍ପଗୁଡିକର ଚାହିଦା ପୂରଣ କରିବା ପାଇଁ ସମସ୍ତଙ୍କୁ ସମାନ ସମର୍ପଣ ଭାବନା ସହିତ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

You might also like
error: Content is protected !!