ବୁଗୁଡ଼ାରେ କ୍ଲକ୍ ଟାଓ୍ବାରର କ୍ଲକ୍ ଖରାପ, ସଜାଡିବାକୁ ଦାବି

ବୁଗୁଡ଼ାରେ କ୍ଲକ୍ ଟାଓ୍ବାରର କ୍ଲକ୍ ଖରାପ, ସଜାଡିବାକୁ ଦାବି

ବୁଗୁଡା,(ସୋରେନ କୁମାର ପ୍ରଧାନ):- ବୁଗୁଡା ସହରର ମଦନ ମୋହନ ଛକରେ ଶୋଭା ପାଉଥିବା କ୍ଲକ୍ ଟାଓ୍ବାରରେ ଲାଗିଥିବା ଚାରୋଟିଯାକ କ୍ଲକ୍ ଦୀର୍ଘ ଦିନ ହେଲା ଖରାପ ହୋଇପଡିଥିଲା ବେଳେ ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଗତ ବର୍ଷ ଫେବୃୟାରୀ ୨ ତାରିଖରେ ମଦନ ମୋହନ ଛକରେ ସ୍ଥାପିତ ଉକ୍ତ କ୍ଲକ ଟାୱାରଟି ଉଦଘାଟିତ ହୋଇଥିଲା ବେଳେ ସାଧାରଣରେ ଖୁସି ବ୍ୟକ୍ତ କରାଯାଇଥିଲା । କିନ୍ତୁ, ଏବେ ଟାୱାରରେ ଲାଗିଥିବା ଘଡି ଚାରୋଟି ସଠିକ୍ ଭାବେ କାମ କରୁନଥିବାରୁ ଲୋକଙ୍କ ଖୁସିରେ ଭଟ୍ଟା ପଡିଯାଇଛି । ଘଡି ଚାରୋଟି ଭୂଲ ସମୟ ଦର୍ଶାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ଅଭିଯୋଗ କଲେ ମଧ୍ୟ ଏନ୍ଏସି କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁଁ କୌଣସି ସୁଫଳ ମିଳୁନାହିଁ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଟାୱାରରେ ଅକାମୀ ଘଡି ଚାରୋଟି ଖଞ୍ଜି ଦେଇ ବେଶ୍ ମୁନାଫା କମାଇଥିବା ନେଇ ସାଧାରଣରେ ଆଲୋଚନା ଜୋର ଧରିଥିବା ବେଳେ ଲୋକେ ବନ୍ଦ ଘଡିକୁ ଚାହିଁ ଅଶୁଭ ମନେ କରୁଛନ୍ତି । ପ୍ରବଳ ଜନ ଅସନ୍ତୋଷ ସାଙ୍ଗକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେଉଁ କାରଣରୁ ଘଡି ଚାରୋଟିକୁ ସଜଡା ଯାଇପାରୁନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ସେହି କ୍ଲକ୍ ଟାୱାରରେ ଖଚିତ ୪ଟି ଘଡିକୁ ସଜାଡିବାକୁ ଏନ୍ଏସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

You might also like
error: Content is protected !!