ପୂର୍ବତନ ୱାର୍ଡମେମ୍ବରଙ୍କୁ ଗଳାକାଟି ହତ୍ୟା: ମୃତଦେହକୁ ବାଇକ୍‌ରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତାରେ ଫିଙ୍ଗି ଦେଲେ ।

ପୂର୍ବତନ ୱାର୍ଡମେମ୍ବରଙ୍କୁ ଗଳାକାଟି ହତ୍ୟା: ମୃତଦେହକୁ ବାଇକ୍‌ରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତାରେ ଫିଙ୍ଗି ଦେଲେ ।

ଆର.ଉଦୟଗିରି, ( ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଅଡବା ଥାନା କଟାମା ଗ୍ରାମରେ ସୋମବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପୂର୍ବତନ ୱାର୍ଡମେମ୍ବରଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି ଦୃର୍ବୁତ୍ତ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ହେଲେ ଅଡବା ଥାନା ତୁଆବାଡ଼ି ଗ୍ରାମର ତିରିସା ମୁଠାମାଝୀ(୪୫) । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି । ପରିବାର ଲୋକଙ୍କ କହିବା ମୁତବକ, ରବିବାର ତିରିସା କୌଣସି କାମରେ ନିଜ ବାଇକରେ ପାଣିଗଣ୍ଡା ଯାଇଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ । ଏନେଇ ପରିବାର ଲୋକ ଖୋଜାଖୋଜି କରିଥିଲେ । ସୋମବାର ସକାଳେ କଟାମା ଗାଁ ନିକଟରେ ବାଇକ୍‌ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତିରିସାଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଅନ୍ୟପକ୍ଷେ ତିରିସା ପୂର୍ବତନ ୱାର୍ଡମେମ୍ବର ଥିଲେ। ଏପରିକି ସିମନ ମାଝୀ ହତ୍ୟା ଘଟଣାରେ ସେ ସାକ୍ଷୀ ଥିଲେ । ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟା ପରେ ବାଇକ୍‌ରେ ମୃତଦେହକୁ ବାନ୍ଧି ଘୋଷାଡି ଆଣି ଗାଁଠାରୁ ପ୍ରାୟ ୩ କିଲୋମିଟର କଟମା ଗାଁ ନିକଟରେ ପିଙ୍ଗି ଦିଆଯାଇଥିବା ଜଣାପଡିଛି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି । ଅନ୍ୟପକ୍ଷେ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

You might also like
error: Content is protected !!