ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବ୍ରହ୍ମପୁର, (ବିଚିତ୍ର ସାହୁ):- ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ସିଆରସିସି ଲୋକନାଥ ପ୍ରସାଦ ପାଢ଼ୀ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶଶୀ ବେହେରା, ସମିତି ସଭ୍ୟା ବିଷ୍ଣୁ ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ବନ୍ଧୀୟ ଦିଗଦର୍ଶନ ଦେଇଥିଲେ । ବିଆରସି ସି ବସନ୍ତ କୁମାର ସେଠୀ,ବଡ଼ବାବୁ ସତ୍ୟ ପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ /ଶିକ୍ଷୟିତ୍ରୀ ହେମନ୍ତ କୁମାର ସେଠୀ, ଗଗନ ବିହାରୀ ବେହେରା, ଶିବରାମ ମହାଙ୍କୁଡ, ଏ. ପୁଷ୍ପଲତା, ସରିତା ଦାସ, ସରସ୍ୱତୀ ଆଚ।ରୀ, ବିଷ୍ଣୁ ନାୟକ, ଶିବଶଙ୍କର ଚୌଧୁରୀ, ରମେଶ ସେଠୀ, ଉମାଶଙ୍କର ନାୟକ, ମାଧବ ଚନ୍ଦ୍ର ପାତ୍ର, ପବିତ୍ର ମୋହନ ପ୍ରଧାନ, ଏମ ଦମ୍ବୁରୁ ଦୋରା, ନିରଞ୍ଜନ ପଣ୍ଡା ଯୋଗ ଦେଇଥିଲେ ।

ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ପାତ୍ର, ସସ୍ମିତା କୁମାରୀ ସାହୁ, ରୀତା ରଶ୍ମି ବେହେରା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ଶିବାନୀ ରାଉଳ, ପିଆରଆଇ ସଭ୍ୟ ଜୟରାମ ସାହୁ ମଧ୍ୟ ସହଯୋଗ କରିଥିଲେ । ଶେଷରେ ପୁରସ୍କାର ବିତରଣ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।