ପୁରୁଷୋତ୍ତମପୁର ବ୍ଲକର ଭାଟ କୁମରଡ଼ା ସେକ୍ଟରରେ କିଶୋରୀ ମେଳା ଅନୁଷ୍ଠିତ

ପୁରୁଷୋତ୍ତମପୁର ବ୍ଲକର ଭାଟ କୁମରଡ଼ା ସେକ୍ଟରରେ କିଶୋରୀ ମେଳା ଅନୁଷ୍ଠିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାଶ):- ଭାଟକୁମରଡ଼ା ସେକ୍ଟର ରେ ରେ କିଶୋରୀ ମେଳା ସୁପରଭାଇଜର ଜୟନ୍ତୀ ସାବତଙ୍କ ସଂଯୋଜନାରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମନୋ ମୋହିନୀ ପୋଲାଈ, ସମିତି ସଭ୍ୟ କୋରନାଥ ସ୍ୱାଇଁ, ସ୍କୁଲ ଶିକ୍ଷକ ରଘୁନାଥ ସାହୁ, ଏ ଏନ ଏମ ମନୋରମା ଶତପଥୀ, ମମତା ନାୟକ, ୱାର୍ଡ ମେମ୍ବର ବନୀତା ସାହୁ, ପି ହେଚ ଓ ନମିତା ପାତ୍ର, ପୋଷଣ ସାର, ପୋଷଣ ବିସି, ଆଶା ଭାରତ ପୋଲାଈ, କମିଟି ସଭ୍ୟ ହୀନ ସାହୁ, ଉପସ୍ଥିତ ରହି କିଶୋରୀ ମେଳା କାର୍ଯ୍ୟକ୍ରମ କରି ଥିଲେ ଏବଂ ଉପସ୍ଥିତ ଅତିଥି ମାନେ କିଶୋରୀ ମାନଙ୍କ ଦକ୍ଷତା ବୃଦ୍ଧି , ବାଲ୍ୟ ବିବାହକୁ ନାଁ ଏବଂ ପୁରୁଷ ମାନଙ୍କ ସହିତ ସବୁକ୍ଷେତ୍ରରେ କିଶୋରୀ ମାନଙ୍କୁ ଆଗରେ ରଖିବା କାର୍ଯ୍ୟ ସରକାର ଅଗ୍ରାଧିକାର ଦେଉଥିବାରୁ ତାକୁ ପାଳନ କରିବାକୁ ଅତିଥି ମାନେ କହିଥିଲେ ଏବଂ କିଶୋରୀ ମାନେ ମଧ୍ୟ ଏହି କଥାକୁ ମାନିବାକୁ କଥା ଦେଇଥିଲେ ।

You might also like
error: Content is protected !!