ଜିଲ୍ଲାର ଆଶାକର୍ମୀ ମାନଙ୍କ ୮ ଦଫା ସମସ୍ୟାର ସମାଧାନ ନିମନ୍ତେ ଏକ ଦାବିପତ୍ର
ବ୍ରହ୍ମପୁର,ବିଚିତ୍ର ସାହୁ: ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘ ଗଞ୍ଜାମ ଜିଲ୍ଲା’ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ରେଣୁବାଳା ସାହୁ ଏବଂ ଜିଲ୍ଲା ପ୍ରଭାରୀ ଶ୍ରୀମତୀ କୁମୁଦିନି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ବ୍ରହ୍ମପୁର ସ୍ଥିତ ସି.ଡି.ଏମ.ଓ.ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଜିଲ୍ଲାର ଆଶାକର୍ମୀ ମାନଙ୍କ ୮ ଦଫା ସମସ୍ୟାର ସମାଧାନ ନିମନ୍ତେ ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ଦେବା ସମୟରେ ଭାରତୀୟ ମଜଦୂର ସଙ୍ଘ (ଗଞ୍ଜାମ ଜିଲ୍ଲା)ର ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଦାଶ, ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଉମାଶଙ୍କର ସାହୁ, ଜିଲ୍ଲା ମହିଳା ପ୍ରମୁଖ କେ. ନାଦିୟା ରାଣୀ, ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ସ୍ୱାଇଁ, ମହାନଗର ସଭାପତି ଶ୍ରୀଯୁକ୍ତ ପି.ଧର୍ମାରାଓ ଆଦି ପଦାଧିକାରୀ ବୃନ୍ଦ ଆଶାକର୍ମୀଙ୍କ ସହିତ ଉପସ୍ଥିତ ରହି ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ନିମ୍ନ ଲିଖିତ ୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ଗଞ୍ଜାମ), ଜିଲ୍ଲା ଆଶା ପ୍ରବନ୍ଧକ(ଗଞ୍ଜାମ) ଏବଂ ମାନ୍ୟବର ଗଞ୍ଜାମ ଜିଲ୍ଲାପାଳଙ୍କୁ ଦିଆଗଲା। ଦାବି ପୂରଣ ଦିଗରେ ଯଦି କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘ କାମଛାଡ଼ ଆନ୍ଦୋଳନ କୁ ଓହ୍ଲାଇବା ସହିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବ।୧. ଦୀର୍ଘ ୩ ମାସ ହେବ ଗଞ୍ଜାମ ଜିଲ୍ଲାର ଅଶାକର୍ମୀଙ୍କୁ ମିଳି ନଥିବା ପ୍ରୋତ୍ସାହନ ରାଶି ଅତିଶୀଘ୍ର ପୈଠ କରାଯାଉ।୨. ଅଶାକର୍ମୀଙ୍କ ମାସିକ ପ୍ରୋତ୍ସାହନ ରାଶି ପ୍ରତିମାସ ୧ ରୁ ୧୦ ତାରିଖ ସୁଦ୍ଧା ଦିଆଯାଉ।୩. ଆଶାକର୍ମୀ ମାନଙ୍କ ଦ୍ୱାରା କରାଯାଉଥିବା ଅଲଗା ସର୍ଭେ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଅଲଗା ଭତ୍ତା / ପାରିଶ୍ରମିକ ଦିଆଯାଉ।୪. ଅଶାକର୍ମୀ ମାନଙ୍କୁ ଇମ୍ୟୁନେସନ ପଏଣ୍ଟରେ ସମସ୍ତଙ୍କୁ ସମାନ ପ୍ରୋତ୍ସାହନ ରାଶି ଦିଆଯାଉ।୫. ଏମ୍.କେ.ସି.ଜି. ଏବଂ ସିଟି ହସ୍ପିଟାଲରେ ଆଶା ଗୃହ ସାଙ୍ଗକୁ ଶୌଚାଳୟ ବ୍ୟବସ୍ଥା ଥିବା ୬ ଶଯ୍ୟା ବିଶିଷ୍ଟ ଆଶାଗୃହର ବ୍ୟବସ୍ଥା କରାଯାଉ।୬. ଅଶାକର୍ମୀଙ୍କୁ ସରକାରୀ ମାନ୍ୟତା ଦିଆଯାଉ।୭. ଆଶାକର୍ମୀଙ୍କ ଅବସର କାଳୀନ ବୟସସୀମା ୬୨ ବର୍ଷ କରାଯାଉ।୮. ଅଶାକର୍ମୀଙ୍କୁ ଚାକିରୀରୁ ଅବସର ନେବା ସମୟରେ ପେନସନ ବ୍ୟବସ୍ଥା ସହିତ ୫ ଲକ୍ଷ ଟଙ୍କା ଅବସର କାଳୀନ ଆର୍ଥିକ ସହାୟତା ଦିଆଯାଉ।