ସରକାରୀ ବସ ଧକ୍କାରେ ରେ ଅଙ୍ଗନୱାଡି କର୍ମୀ ଙ୍କ ମୃତ୍ୟୁ :ବିଧାୟକ ଙ୍କ ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଲା
ତୁମୁଡିବନ୍ଧ(ସୁକାନ୍ତ କୁମାର ତ୍ରିପାଠୀ)ତୁମୁଡିବନ୍ଧ ବ୍ଲକ ବେଲଘର ଅଂଚଳରେ ଗତକାଲି ଶନିବାର ସରକାରୀ ବସ ଧକ୍କାରେ ରେ ଜଣେ କର୍ତ୍ତବ୍ୟ ନିଷ୍ଠ ଅଙ୍ଗନୱାଡି କର୍ମୀ ସ୍ନେହଲତା ମଝିଆସେଠ ଙ୍କ ଜୀବନ ଚାଲି ଯାଇଥିଲା |ଅନ୍ୟପଟେ ମୃତ ଅଙ୍ଗନବାଡି କର୍ମୀ ଙ୍କ ଶବ କୁ ତୁମୁଡିବନ୍ଧ ମୁଖ୍ୟ ରାସ୍ତା ଉପରେ ପଥର ପକାଇ ଟାୟାର ଜାଳି ଶତାଧିକ ଅଙ୍ଗନବାଡି କର୍ମୀ, ଅଂଚଳବାସୀ ରାସ୍ତା କୁ ଅବରୋଧ କରିଥିଲେ |ଉତ୍ୟକ୍ତ ଲୋକେ ଉଭୟ ତୁମୁଡିବନ୍ଧଠାରୁ ମୁନିଗୁଡା ରାସ୍ତା, ତୁମୁଡିବନ୍ଧ ଠାରୁ ଫୁଲବାଣୀ ରାସ୍ତା କୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ |ପାଖାପାଖି ଦଶ ଘଣ୍ଟା ଧରି ରାସ୍ତା କୁ ଅବରୋଧ କରି ରଖିଥିଲେ |ସ୍ଥାନୀୟ ପ୍ରଶାସନ, ପୋଲିସ ର ଚେଷ୍ଟା ସତ୍ୱେ ରାସ୍ତା ରୋକ ହଟିନଥିଲା ଶେଷରେ ବାଲିଗୁଡା ବିଜୁ ଜନତା ଦଳ ସଂଯୋଜକ ଟୁନା ଦାଶ ଙ୍କ ନିର୍ଦ୍ଧେଶ କ୍ରମେ ବାଲିଗୁଡା ବିଧାୟକ ଚକ୍ରମଣି
କଂହର, ବିଜେଡି ସଭାପତି ପ୍ରମୋଦ କୁମାର ସାହୁ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପାଇଁ ପହଞ୍ଚିଥିଲେ | ଦୁର୍ଘଟଣା ଗ୍ରସ୍ତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ନିଜ ହାତରୁ ବିଧ୍ୟାୟକ ଚକ୍ରମଣୀ କଂହର 50000ଟଙ୍କା, ପ୍ରମୋଦ କୁମାର ସାହୁ 50000 ଟଙ୍କା ଏବଂ ବ୍ଲକ ପ୍ରଶାସନ 20000 ଦେବା ସହ ସମସ୍ତ ସରକାରୀ ସହାୟତା ଯଥା ଶୀଘ୍ର ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ. ଏହା ପରେ ରାସ୍ତା ରୋକ ହଟିଥିଲା |ମୃତ ଅଙ୍ଗନବାଡି କର୍ମୀଙ୍କ ମୃତ ଶରୀର କୁ ଆଜି ତୁମୁଡ଼ିବନ୍ଧ ସ୍ଵାସ୍ତ୍ୟ କେନ୍ଦ୍ର ରେ ଶବ ବ୍ୟବଛେଦ କରି ନିଜ ଗ୍ରାମ ଉଷାବାଲି କୁ ନେଇଥିଲେ. ସେଠାରେ ତାଙ୍କର ଶବ ସତ୍କାର କରାଯାଇଥିବା ଜଣା ପଡିଛି |