ଜିଲ୍ଳା ମୁଖିଆଙ୍କ ଘରେ ମଶା
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ):ସହରରେ ମଶାଙ୍କ ପlଦ୍ଦୃ ଭାବ ବଢ଼ି ବଢ଼ି ଚାଲିଛି l ଅଫିସରୁ ମଶା ତେଲ ଫାଇଲ୍ ଚୋରୀ ହେlଇଯାଉଛି l ମଶା ଚିନ୍ତା ବଢୁଥିବା ବେଳେ ଲୋକେ କlହାକୁ ଗୁହାରି କରିବେ ଜାଣି ପାରୁନାହାନ୍ତି l ଏ ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନଜରକୁ ନିଆଗଲା l ତାଙ୍କ ନିକଟରୁ ଅଝିଟ କଥା ଶୁଣିବାକୁ ମିଳୁଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହୁଛନ୍ତି ତାଙ୍କୁ ଦୈନିକ ୩୦ ମଶା କାମୁଡୁଛି l ଜିଲ୍ଳାର ମୁଖିଆଙ୍କ ଘରେ ମଶା, ତେବେ ସହର କଥl ଲୋକେ ଜାଣି ପlରୁଥିବେ l ମଶା ଦାଉରୁ ଲୋକେ କିଭଳି ରକ୍ଷା ପାଇବେ ତାହା ଚିନ୍ତାର ବିଷୟ ହୋଇଛି l ମହାନଗର ସ୍ୱାସ୍ଥ୍ୟ ବିଭାଗ ଏଵଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବା ଯୋଗୁଁ ସହରରେ ମଶାଙ୍କ ରାଜ ଚାଲିଛି l ଅନ୍ୟପଟେ ଜିଲ୍ଲାର ବଡ ପଣ୍ଡା ମାନେ ଶୋଇ ରହିଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି l ଲୋକେ ଡେଙ୍ଗୁ, ମ୍ୟାଲେରିଆ, ଫାଲେରିଆ ରେ ଆକ୍ରାନ୍ତ ହେଲେଣି l ନାଳରେ ଆବର୍ଜନା ରହିବା ଯୋଗୁଁ ମଶା ବଂଶ ବଢ଼ି ଚାଲିଛି l ମଶା ନିପାତ ରାସ୍ତା ମିଳୁନଥିବା କୁହାଗଲାଣି l ଅଧିକାରୀ ମାନେ ଏବେ ହାତ ଟେକି ଦେଲେଣି ବୋଲି କହିବାକୁ ହେବ l ସହରର ଏଣେ ତେଣେ କୁଢ଼ କୁଢ଼ ମଇଳା ଚିନ୍ତାର ବିଷୟ ହୋଇଛି l ରାଜ୍ୟର ସବୁଠି ମଶା ବୋଲି ଖୋଦ୍ ମହାନଗର ସ୍ବାସ୍ଥ୍ୟ ଅଧିକାରୀ କହୁଛନ୍ତି l