ମୀନାଝୋଲାଠାରେ ତୃତୀୟ ବାର୍ଷିକ ତ୍ରିବେଣୀ ଉତ୍ସବ ପାଳିତ
ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):-
ଚନ୍ଦ୍ରପୁର ୨୭.୨ ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମ ପଞ୍ଚାୟତର ଶ୍ରୀମିନାଝୋଲା ଠାରେ ଚନ୍ଦ୍ରପୁର ବ୍ଲକ ପ୍ରେସ କ୍ଲବ ତରଫରୁ ତୃତୀୟ ବାର୍ଷିକ ତ୍ରିବେଣୀ ମୋହଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜନ କଲ୍ୟାଣ ଆଶ୍ରମର ସ୍ବାମୀ ଜlନକା ନନ୍ଦ ଗୀରୀ,ରାଜ୍ୟ ଅବିଶି ମର୍ଚା ଉପ ସଭାପତି ରାମଚନ୍ଦ୍ର ବେହେରା, ହନୁମନ୍ତପୁର ସରପଞ୍ଚ ନୀଳମାଇ ଦିବାକା,ସରିକିମା ସରପଞ୍ଚ ଫୋକିର ମୋହନ ଗୁମିଡଙ୍ଗା ଏମପି ପ୍ରତିନିଧି, ବୁଡୁବାଲି ସରପଞ୍ଚ ଭୀମ ଗଗେରେଙ୍ଗା,ଗୁଣପୁର ପୌରଉପାଧକ୍ଷ ଶିବପ୍ରସାଦ ଗୌଡ଼ ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ବିଜେପି ବିଧାୟକ ପାର୍ଥୀ ବସନ୍ତ ଉଲାକା, ଜଗନ୍ନାଥ ନୁଣ୍ଡ୍ରୁକା, ଭାର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପାତ୍ର, ବନାଞ୍ଚଳ ଅଧିକାରୀ ଅନିଲ କୁମାର ବାଲା,ପ୍ରାକ୍ତନ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଗୌରାଙ୍ଗ ଚରଣ ରାଉତ, ଉପସ୍ଥିତ ରହି ଅତିଥି ପରିଚୟ ପ୍ରଦାନ କରାଯାଇ ଜଗନ୍ନାଥ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ମଞ୍ଚାସିନ ହୋଇଥିଲେ । ପରେ ଦେଶାତ୍ମକ ସଙ୍ଗୀତ ଗାନ କରାଯାଇଥିଲା ।ଅତିଥି ମାନଙ୍କୁ ଚନ୍ଦ୍ରପୁର ପ୍ରେସ କ୍ଲବ ତରଫରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପ୍ରେସକ୍ଳଵ ର ଶଭାପତି ଶମ୍ପାଦକ କଷାଧ୍ୟକ୍ଷ ଓ ଉତ୍ତମ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ କୈଳାସ ଶବର ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ପରିବେଷଣ କରିଥିଲେ ବିଷମକଟକ SDPO ସନ୍ତୋଷିନୀ ଓରାମ ଚନ୍ଦ୍ରପୁର ପୋଲିସ,ତସିଲ ଦାର ସମସ୍ତ ପ୍ରଶାସନ ସୂଚାର ରୂପେ ଲୋକଙ୍କୁସେଵା ଯୋଗାଇ ଥିଲେ ତ୍ରିବେଣୀ ମୋହତ୍ସବ ଉଦେଶ୍ୟ ହେଲା ଏହି ତ୍ରିବେଣୀ ସଙ୍ଗମ ସ୍ଥଳରେ ଥିବା ଶ୍ରୀ ମୀନ କେତନସ୍ୱରଙ୍କ ଠାରେ କେଉ ଆବାହନ କାଳରୁ ଅନ୍ଦ୍ରା ଛତିଶଗଡ଼ ଓଡ଼ିଶାର ହଜାର ହଜାର ଶ୍ରଦ୍ଧାଳୁ ଆସି ରାତ୍ର ଉଜାଗର ରହି ବୁଡ଼ ପକାଇଥାନ୍ତି । ତେଣୁ ଭକ୍ତ ଙ୍କ ପାଇ ସନ୍ଧ୍ୟା ସମୟରେ ଚନ୍ଦ୍ରପୁର ପ୍ରେସ କ୍ଲବ ତରଫରୁ ଭଜନ ସମାରୋହ ଆୟୋଜନ କରାଯାଇ ଥିଲା l ଏହି ଭଜନ ସମାରୋହରେ ନାମୀ ଦାମି ଗାୟକ ଗାୟିକା ଭଜନ ପରିବେଷଣ କରି ଭକ୍ତଙ୍କୁ ଆକର୍ଷଣ କରିଥିଲେ l । ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ତ୍ରିବେଣୀ ସଙ୍ଗମ ସ୍ଥଳରେ ଗଙ୍ଗାଆରତୀ କରାଯିବ ବୋଲି ଆଶ୍ରମର ସ୍ବାମୀ ଜନକାନନ୍ଦ ଗିରି ସୁଚନା ଦେଇଛନ୍ତି । ସେହିପରି ଏହି ତ୍ରିବେଣୀ ସଙ୍ଗମ ସ୍ଥଳକୁ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ନେଇ ଆକର୍ଷଣ କରିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ପ୍ରେସ କ୍ଲବତତଫରୁ ଉତ୍ତମ ଶିକ୍ଷକ , ଶିକ୍ଷୟତ୍ରୀ ଭାବେ ଡ଼ାଙ୍ଗସରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀ ପ୍ରିୟା ଶବର, ଉତ୍ତମ ଶିକ୍ଷକ ଭାବେ ନେହୁରପାଙ୍ଗା SSD ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜୁ ପାଲ,ଚନ୍ଦ୍ରପୁର SSD ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ଓ ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ,ଦି ମୁନୁଗୁଡା ନିୟୁଜ Ch ଗଣେଶ ରାଓ,ଙ୍କୁ ପୁଷ୍ପ ଗୁଚ୍ଛ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏବଂ ଶ୍ରୀ ରାଓ ପିଲା ମାନଙ୍କ ପାଠ ପଡ଼ା ନିମନ୍ତେ ବାବା ଶ୍ରୀ ଜନକାନନ୍ଦ ଗିରି ଙ୍କୁ ଲାଇବେରୀ ପ୍ରଦାନ କରିଛନ୍ତି l ସେହିପରି ବନ ବିଭାଗ ତରଫରୁ ଶ୍ରୀମିନାଝୋଲା ଆଶ୍ରମ ମଧ୍ୟରେ ଚାରା ରୋପଣ ଓ ଜଙ୍ଗଲରେ ନିଆଁ ନିରାକରଣ ପାଇଁ ଦାସକାଠିଆ ମାଧ୍ୟମରେ ସଚେତନା କରାଇ ଥିବାରୁ ଡ଼ାଙ୍ଗସରଡ଼ା ବନପାଳ , ବନରକ୍ଷୀଙ୍କୁ ଓ ଗାୟକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଭକ୍ତଙ୍କପାଇ ପ୍ରେସ କ୍ଲବ ଚନ୍ଦ୍ରପୁର,ଗୁଡ଼ାରୀ ଧନ ଲକ୍ଷ୍ମୀ ଓ ଅନ୍ୟ ପୁଜା କମିଟି ପକ୍ଷରୁ ଭକ୍ତ ଙ୍କ ପାଇ ମାଗଣା ପ୍ରସାଦ ସେବନର ଆୟୋଜନ କରାଯାଇଥିଲା