ଜଗନ୍ନାଥ ପୁର ପଞ୍ଚାୟତ ବ୍ରାହ୍ମଣ ଶାସନ ଓ ପୁରୁଷୋତ୍ତମପୁର ଏନଏସି ର ଚାଷୀ ମିଲର ଙ୍କ ମନ ମାନୀ ଯୋଗୁଁ ଅସନ୍ତୋଷ
ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନଥ ପୁର ପଞ୍ଚାୟତ ର ବ୍ରାହ୍ମଣ ଶାସନ ଗାଁର ଚାଷୀ ମାନେ ଧାନ ନେଇ ସେହିଗାଁ ରେ ଥିବା ମହୁରୀ କାଳୁଆ ରାଇସ ମିଲ ରେ ଧାନ ନେଇ ଯାଇଥିଲେ | ତେବେ ଚାଷୀ ମାନଙ୍କ କହିବା କଥା ଚାଷୀ ମାନଙ୍କ ଭଲ ଧାନ କୁ ଦେଖି ମଧ୍ୟ ମିଲର ବସ୍ତା ପିଛା 8ରୁ 10 କେଜି ଧାନ ମାଗୁଛନ୍ତି | କିନ୍ତୁ ଚାଷୀ ମାନେ ଏହାଉପରେ ପ୍ରତିବାଦ କରିବାରୁ ମିଲର ସେମାନଙ୍କୁ ତୁମ ଧାନ ଧରି ଘରକୁ ଚାଲିଯାଅ କହି ଥିଲେ | ନାହିଁ ଯଦି ଆଠ କିଲୋ ତାହା 10 କେଜି ହେଲେ ନେବୁ ବୋଲି କହିଥିଲେ | ତେବେ ଚାଷୀ ନିରୁପାୟ ହୋଇ ଯାଇ ଥିଲେ | ଏବଂ ଏହା ଉପରେ ଯୋଗାଣ ବିଭାଗ ରଅଧିକାରୀ ଙ୍କୁ ଜଣାଇ ଥିଲେ | ଯୋଗାଣ ଅଧିକାରୀ ମିଲର ଙ୍କ ସହ କଥା ବାର୍ତ୍ତା କରି ଏହା ଉପରେ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ତେବେ ଏହି ଘଟଣା ଗୋଟିଏମିଲର ନୁହଁ | ବ୍ଲକର ସବୁ ମିଳରେ ଚାଷୀମାନଙ୍କ ଏହି ଅଭିଯୋଗ | ତେବେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ର ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ଅନେକ ଚାଷୀଙ୍କ ଭଲଧାନ କୁ ମଧ୍ୟ ରାଜପୁର ଗ୍ରାମର ଲକ୍ଷ୍ମୀ ନୃଂଶୀହ ମିଲ କୁ ଧାନ ନେଇ ଥିଲେ | ସେଠାରେ ମଧ୍ୟ ମିଲର ବସ୍ତା ପିଛା 7ରୁ 8କେଜି ଲେଖାଏଁ କାଟି ହିସାବ କରିଥିବାର ଚାଷୀ ରମେଶଚନ୍ଦ୍ର ଗୌଡ଼ ,ଏ ମକୁନ୍ଦ ରାଓ, ଓ ବିଜୟ ବେହେରା ଚାଷୀ ମାନେ ଆମକୁ ଅଭିଯୋଗ କରିବା ସହ ଆଜି ଛତ୍ରପୁର ଯାଇଋଷିକୁଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ସହଯୋଗ ରେ ଏହାଉପରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା ଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଲିଖିତ ଭାବେ ଦରଖାସ୍ତ ଦେଇଥିଲେ | ଏବଂ ଜିଲ୍ଲା ପାଳ ଓ ସିଏସ ଓ ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିବାରୁ ସେମାନେ ପୁରୁଷୋତ୍ତମପୁର ଫେରି ଆସିଥିଲେ | ତେବେ ରାଜ୍ୟ ସରକାର ଙ୍କ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କହିବା କଥା ସବୁ ଚାଷୀଙ୍କ ଧାନକୁ ମିଲର ମାନେ ନେବାକୁ କହି ଥିଲେ ମଧ୍ୟ ମିଲର ଙ୍କ ମନ ମାନୀ ରେ ଚାଷୀ ଅତିଷ୍ଟ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହାର କେବେ ଅନ୍ତ ହେବ ତାହାକୁ ଦେଖିବା କଥା