ନୀଳମାଧଵ ମନ୍ଦିରରେ ମହା ଶିବରାତ୍ରୀ ଭିଡ଼

 ନୟାଗଡ(ପ୍ରଭାକର ଶିରୋମଣି ):- ପବିତ୍ର ଶିବ ରାତ୍ରୀ ଉପାସନା ଅବସରରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମନ୍ଦିର ପରିସରରେ ପ୍ରତିଷ୍ଠିତ ସିଦ୍ଧେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ପାଇଁ ସକାଳ ଠାରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା l ସନ୍ଧ୍ୟା ସମୟରେ ଶତାଧିକ ଶ୍ରଦ୍ଧାଳୁ ରାତ୍ରୀ ଉଜାଗର ରହି ଦୀପ ଜାଳି ବସି ରହିଥିଲେ l ରାତ୍ରୀ ୧୨ ଟା ସମୟରେ ମହାଦୀପ ଉଠିବା ପରେ ଅନେକ ଭକ୍ତ ମନ୍ଦିର ପରିତ୍ୟାଗ କରିଥିଲେ ଓ ରାତ୍ରୀ ଉଜାଗର ଥିବା ଶ୍ରଦ୍ଧାଳୁ ମାନେ ବସି ରହିଥିଲେ l            ସୂଚନା ଯୋଗ୍ୟ ଅନେକ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ କାଉଡିଆ ପୁଣ୍ୟତୋୟା ମହାନଦୀରୁ ଜଳ ଭାର ନେଇ” ବୋଲବମ ହରହର ବମ ” ନାରାଦେଇ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଥିବା ଦେଖାଯାଇଥି ଲା l ସୂଚନା ଯୋଗ୍ୟ, କଣ୍ଟିଲୋ ଅଞ୍ଚଳ ରେ ଥିବା କପିଳେଶ୍ୱର ମନ୍ଦିର, କୃଷ୍ନେଶ୍ୱର ମନ୍ଦିର ଓ ବଟେଶ୍ୱର ମନ୍ଦିର, ପଥର ଚକଡା ମା ‘ ନାରାୟଣୀ ପୀଠରେ ଅବସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ଓ ବେଲଢିପ ଶ୍ମଶାନ ଚଣ୍ଡୀ ପୀଠ ରେ ଶ୍ରଦ୍ଧାଳୁ ମାନେ ମାନସିକ କରି ପ୍ରଦୀପ ପ୍ରଜ୍ଜଳନ କରି ମହା ଶିବ ରାତ୍ରୀ ପାଳନ କରିଥିବା ଦେଖା ଯାଇଥିଲା l           ( ସନ୍ଧ୍ୟା ପରେ ପଠାଇବି )

You might also like
error: Content is protected !!