ଜଙ୍ଗଲ ନିୟା ନିବାକରଣ ନିମନ୍ତେ ଖେଳ ପ୍ରେମୀଙ୍କୁ ଉତ୍ସାହିତ ପ୍ରଦାନ

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବିଜାପୁର ପଞ୍ଚାୟତ ନୂଆଗାଁ ଠାରେ ବନ ବିଭାଗ ତରଫରୁ ଜଙ୍ଗଲ ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନିଆଁ , ପଡୁଚାଷ, ରୋକିବା ନିମନ୍ତେ ଖେଳ ପ୍ରେମୀ ଯୁବ ଗୋଷ୍ଠୀ ମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ନୂଆଗାଁ ଠାରେ 12 ଟି ଟିମ କୁ ଭଲି ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ବିଜାପୁର ସରପଞ୍ଚ ଶ୍ରୀମତୀ ଜେର୍ମିନା ପାଡାଗଣ୍ଡା ଯୋଗଦେଇଥିଲେ l ସାମ୍ନାନୀୟ ଅତିଥିଭାବେ ବନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ଵାଲା, ଜ଼ିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱl ଧାରକ ଶ୍ରୀ ଗୌରାଙ୍ଗ ଚରଣ ରାଉତ ଯୋଗଦେଇ ଶୁଭାରମ୍ଭ କରିଥିଲେ l ଏଥିରେ ବିଜାପୁର ପଞ୍ଚାୟତ ସଦର, ବିଜାପୁର, ସୁରେସି, ମୁରାଗୁଡ଼ି, ଗୁଣ୍ଡ୍ରିଗୁଡା, ସୁରୁଲୁ, ଶିକରଗୁଡ଼ି, ଭାଲୁତୋଟା, କମପଦର, ଲାମ୍ବାରୁ, ଓ ଅନ୍ୟାନ୍ୟ ଗ୍ରାମର ଖେଳପ୍ରେମୀ ଅଙ୍ଗଶ ଗ୍ରହଣ କରିଥିଲେ l ଏଥିରେ ନୂଆଗାଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମରାଗୁଡ଼ି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଓ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ଅତିଥି ମାନଙ୍କ ଦ୍ୱାରା ଚାରି ହଜାର ଅର୍ଥ ରାଶି ଓ ଦ୍ୱିତୀୟ ସ୍ଥାନ ଅଧିକାର ଖେଳାଳିଙ୍କୁ ତିନି ହଜାର ଟଙ୍କା ସହ ଟ୍ରପି ପ୍ରଦାନ କରାଯାଇଛି l ଏହି ଅବସରରେ ଉପସ୍ଥିତ ସମସ୍ତେ ଜଙ୍ଗଲ ନିଆଁ ବନ୍ୟପ୍ରାଣୀ ଶିକାର ପାଇଁ ସାମୁହିକ ଶପଥ ପାଠ କରିଥିଲେ l କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ବନପାଳ ଲଷ୍ମୀକାନ୍ତ ପାଇଟାଲ ପରିଚାଳନା କରିଥିବା ବେଳେ ଆମ ଜଙ୍ଗଲ ଯୋଜନାର ରମାକାନ୍ତ ଦାସ ଓ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଅଙ୍ଗଶ ଗ୍ରହଣ କରିଥିଲେ ଓ ରାଜେନ୍ଦ୍ର ହିକାବାଡି ରେଫେରିଙ୍ଗ ଦାଇତ୍ୱ ତୁଲାଇ ଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

You might also like
error: Content is protected !!