କଳିଙ୍ଗ ବୈଶ୍ୟ ସମାଜ ମହିଳା ସଂଘ ତରଫରୁ ସାମାଜିକ ସେବା

ବ୍ରହ୍ମପୁର, [ବିଚିତ୍ର ସାହୁ]:- କଳିଙ୍ଗ ବୈଶ୍ୟ ସମାଜ ମହିଳା ସଂଘ ତରଫରୁ ଅନ୍ଧାପସରା ରୋଡ ସ୍ଥିତ ଦୃଷ୍ଟିହୀନ ବାଳିକା ସେବା କେନ୍ଦ୍ରର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଅନ୍ନ ପ୍ରଦାନ୍ ସହ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଥିଲା । ସଭାନେତ୍ରୀ ଏମ. ସୁଜାତା ସୁବୁଦ୍ଧିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦିକା କେ. ଆରତୀ ସୁବୁଦ୍ଧି, କୋଷାଧ୍ୟକ୍ଷ ସି ହେଚ ସଂଗୀତା ପାତ୍ର, ଏସ ଲଳିତା ପୃଷ୍ଟି, ଶିରିସା, ସୁନୀତା, ସୁପ୍ରଭା, କୁନି, ହେମାଦୀନି, ରଞ୍ଜିତା, ଦେବକୀ, ଲକ୍ଷ୍ମୀ, ନିର୍ମଳା, କଳାବତି , ରଜନୀ ଓ ସଂଜୁବାଳାଙ୍କ ସମେତ ଅନ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସେବା କେନ୍ଦ୍ର ତରଫରୁ ନିର୍ଦ୍ଦେଶକ ଭବାନୀ ଶଙ୍କର ପାଢ଼ୀ ସଭିଙ୍କୁ କୃତଜ୍ଞ ଜଣାଇଥିଲେ।

You might also like
error: Content is protected !!