ତମାଖୁ ମୁକ୍ତ ଯୁବ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ତାରାତାରିଣୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ର ମିଳିତ ଆନୁକୂଲ୍ୟରେ ତମାଖୁ ମୁକ୍ତ ଯୁବ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଶ୍ରୀରାମ ମିଶ୍ର ସଭାପତିତ୍ୱ କରିଥିଲେ। ପୁରୁଷୋତ୍ତମପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ଃ ପ୍ରଭାତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ସୂଚାଇଥିଲେ ।

ତମାଖୁ ମୁକ୍ତ ଯୁବ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯୁବ ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଏନ୍ ମୋହନ ନାଇଡୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ତମାଖୁ ମୁକ୍ତ ଯୁବ ସମାଜସମ୍ପର୍କରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ସ୍ବେଚ୍ଛାସେବୀ ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଗଲା । ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ମୀନାକ୍ଷୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

You might also like
error: Content is protected !!