ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ


ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଏକ ଚୋରୀ ଘଟଣାରେ ବାଲିଗୁଡା ପୁଲିସ ସୋମବାର ଦୁଇ ପେଶାଦାର ଅପରାଧୀ ଙ୍କ ସମେତ କିଛି ଚୋରୀ ସାମଗ୍ରୀ ଜବତ କରିଥିବା ବିଷୟ କୁ ନେଇ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଘଟଣାରୁ ପ୍ରକାଶ ଯେ, ଚଳିତ ମାସ ୧୬ତାରିଖ ରାତ୍ର ଦୁଇ ଘଣ୍ଟ ପରେ ପରେ ବାଲିଗୁଡା ଟାଉନର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ ଷ୍ଟୋରରୁ କୌଣସି ଦୁର୍ବୁତ୍ତ ସଟର ତାଲା ଭାଙ୍ଗି ଦୋକାନରେ ପଶି ନଗଦ ୭ ହଜାର ଟଙ୍କା ଓ ମୋବାଇଲ ଚାର୍ଜର, ସ୍ମାର୍ଟ ଘଣ୍ଟା ସମେତ ଅନ୍ୟ କିଛି ଜିନିଷ ଚୋରୀ କରି ନେଇଥିବା ନେଇ ମେଡ଼ିସିନ ଷ୍ଟୋର ମାଲିକ ଲିଟନ କୁମାର ଦୋରା ବାଲିଗୁଡା ଥାନାରେ ଏତଲା ଦାଏର କରିଥିଲେ l କେଶ ନଂ.୫୧/୨୫ ପ୍ରକାରେ ଏତଲାକୁ ଭିର୍ତ୍ତି କରି ତଦନ୍ତ କାରୀ ଅଧିକାରୀ ଏଏସଆଇ ଉମା ଶଙ୍କର ନିଆଲ ତନାଘନା ତଦନ୍ତ ଅବ୍ୟାହତ ରଖି ସୋମବାର ଅପରାହ୍ନରେ ଘଟଣାର ପର୍ଦାଫାଶ କରି ବାଲିଗୁଡା ହାଟପଦା ସାହିର ଦୁଇଜଣ ପେଶାଦାର ଅପରାଧୀ ରିଙ୍କୁ ନାୟକ(୩୦), ଏବଂ ଶୁଭମ ଓରଫ କାଳିଆ ଦିଗାଲ (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ

YouTube video

ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି l ଉଭୟେ ବାଲିଗୁଡ଼ା ଲିଟନ୍ କୁମାର ଦୋରାଙ୍କ ଔଷଧ ଦୋକାନରେ ଚୋରି କରିଥିଲେ। ସେମାନେ ଦୋକାନର ତାଲା ଭାଙ୍ଗି ଔଷଧ ଦୋକାନରୁ ନଗଦ ୭୦୦୦ ଟଙ୍କା, ଗୋଟିଏ ମୋବାଇଲ୍ ଚାର୍ଜର୍ ଏବଂ ଗୋଟିଏ ସ୍ମାର୍ଟ ଘଣ୍ଟା ଚୋରି କରିଥିଲେ। ଦୋକାନର ସିସିଟିଭି ଫୁଟେଜ ଆଧାରରେ କିଛି ମାନବିକ ବୁଦ୍ଧିମତ୍ତା ସାହାଯ୍ୟରେ ଅପରାଧୀ ମାନଙ୍କୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି l ଦୁଇ ଅଭିଯୁକ୍ତ କିଛି ଟଙ୍କା ଖର୍ଚ୍ଚ କରିଛନ୍ତି l ସେମାନଙ୍କ ନିକଟରୁ ନଗଦ ୨୦୩୦ ଟଙ୍କା, ମୋବାଇଲ୍ ଫୋନ୍‌ର ସ୍ମାର୍ଟ ଘଣ୍ଟା ଏବଂ ଚାର୍ଜର୍ ଉଦ୍ଧାର କରାଯାଇଛି। ଦୋକାନର ସଟରର ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଏହି ଘଟଣା ପୂର୍ବରୁ ସେମାନଙ୍କୁ ଅନେକ ଥର ଜେଲ କୁ ଯାଇଥିବା ବିଷୟ ମଧ୍ୟ ତଦନ୍ତରୁ ଜଣାପଡିଛି ।

You might also like
error: Content is protected !!