ବରିଷ୍ଠ ନାଗରିକ ମଞ୍ଚର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ।

ଛତ୍ରପୁର, (ବିଚିତ୍ର ସାହୁ) :- ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ପଞ୍ଚମ ବାର୍ଷିକ ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇ ଯାଇଛି।ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉକ୍ତ ଉତ୍ସବକୁ ଉଦଘାଟନ କରି ସମାଜରେ ବାପା ମାଆଙ୍କ ଅବସ୍ଥା ବର୍ତ୍ତମାନ ସମୟରେ ପୁତ୍ର, ବଧୁ ମାନଙ୍କ ଦ୍ବାରା ଦୟନୀୟ ସ୍ଥିତି ଦୁଃଖ ଦାୟକ। ଏ ଦିଗରେ ବରିଷ୍ଠ ନାଗରିକ ମଞ୍ଚ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ । ବରିଷ୍ଠ ମଞ୍ଚ ପାଇଁ ଏକ ବୈଠକ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ପାଇଁ ପ୍ରତିଶୃତି ଦେଇଥିଲେ। ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ପୌରହିତ୍ୟରେ ପରିଚାଳିତ ଏଇ ଉତ୍ସବରେ ମଞ୍ଚର ଆଇନ ପରାମର୍ଶ ଦାତା ଛତ୍ରପୁରର ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ରବି ରଥ ଓ ଛତ୍ରପୁରର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର ବରିଷ୍ଠ ନାଗରିକ ମାନଙ୍କର ବହୁବିଧ ସମସ୍ୟା ସମାଧାନ କରିବା ପାଇଁ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଳକ ଉପାଧ୍ୟକ୍ଷା ଏସ୍. ସାରଦା ରେଡି, ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି.ସୁଦାମ ,ପୂର୍ବତନ ସରପଞ୍ଚ କୁମାରୀ ପ୍ରଧାନ, ସମିତି ସଭ୍ୟ। ମୀନା କୁମାରୀ ସାହୁ ,ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟଷ୍ଟ ର ସଭାପତି ଦେବାଶିଷ ମିଶ୍ର, ଗ୍ରାମ୍ୟ କମିଟି ସଭାପତି ଅମରେଶ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଏବଂ ବିଶିଷ୍ଟ ଅତିଥି ରୂପେ ଉଦ୍ଯୋଗ ପତି ଶୁଭେନ୍ଦୁ କୁମାର ସାହୁ ଓ ମଦନ ମୋହନ ପାଣିଗ୍ରାହୀ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।। ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚର ବିବରଣୀ ପାଠ କରିଥିଲେ। ଉପଦେଷ୍ଟା କୋରା ମହାରଣା ସ୍ବାଗତ ଭାଷଣ ଦେଇ ଥିଲେ।

ବରିଷ୍ଠ ନାଗରିକ ମଞ୍ଚର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ।

ଏହି ଅବସରରେ ଗ୍ରାମର ଆଦର୍ଶ କୃଷକ, ଆଦର୍ଶ ଶ୍ରମିକ, ଆଦର୍ଶ କଳାକାର ଓ ଆଦର୍ଶ କାରିଗରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଆଶୁତୋଷ ସାହୁ ଓ ଛାତ୍ରୀ ପ୍ରାଚୀ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। ଶ୍ରେଷ୍ଠ ସମାଜ ସେବୀ ରୂପେ ରୋଟାରିଆନ ସୁଧାଂଶୁଶେଖର ଖଡ୍ଗରାୟଙ୍କୁ ମଧ୍ଯ ରୋଟାରୀ ଦିବସ ଉପଲକ୍ଷେ ସମ୍ବର୍ଦ୍ଧିତ କରାଯାଇଥିଲ। ମଞ୍ଚର ସଂଯୋଜକ କାମରାଜୁ ମହାରଣା ମଞ୍ଚ ସଂଚାଳନ କରି ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।କୋଷାଧ୍ଯକ୍ଷ ଗଗନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

You might also like
error: Content is protected !!