ମଣ୍ଡିରେ ଧାନ ବିକ୍ରି ନେଇ ବିଭିନ୍ନ ସମସ୍ୟା ଧାନ ବିକ୍ରି ପାଇଁ ଥିବା ଟୋକନର ଅବଧି ବୃଦ୍ଧି ପାଇଁ ଚାଷୀ ଭେଟିଲେ ଜିଲ୍ଲାପାଳଙ୍କୁ
ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଟୋକନ୍ ଅବଧିକୁ ବୃଦ୍ଧି ଦାବିରେ ଗଜପତି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ଜିବା ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି ପାଇଁ ଦିଆଯାଇଥିବା ଟୋକନ ଅବଧି ବୃଦ୍ଧି ଦାବିରେ ସମୟ ସୀମା ବୃଦ୍ଧି ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଘଟଣାରୁ ପ୍ରକାଶ, ମଣ୍ଡିରେ ଧାନ ବିକ୍ରି ଠିକ ଭାବେ ହେଉନଥିବା ଯୋଗୁଁ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀମାନେ ଗଜପତି ଜିଲ୍ଲାର ଗୁମ୍ମା ବ୍ଳକ୍ ଅନ୍ତର୍ଗତ ଜିବା ପଞ୍ଚାୟତରୁ ବହୁ ଚାଷୀଙ୍କ ଜିଲ୍ଲାପାଳଙ୍କ ଅଫିସ ଠାରେ ପହଞ୍ଚି ଥିଲେ । ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ୍ ଦିଆଯାଇଥିଲା। ମାତ୍ର ମଧ୍ୟରେ ଅନେକ ଦିନ ଗଡ଼ି ଗଲାଣି। ଚାଷୀଙ୍କୁ ଦିଆଯାଇଥିବା ଟୋକନ୍ ଅବଧି ସରିବାକୁ ଆସିଲାଣି। ସମୟସୀମା ମଧ୍ୟରେ ଧାନ ବିକ୍ରି କରିନପାରିଲେ ଚାଷୀ ବହୁ ଅସୁବିଧା ଭୋଗିବ। ଏନେଇ ଧାନ ବିକ୍ରି ପାଇଁ ଦିଆ ଯାଇଥିବା ଟେ।କନ୍ ଅବଧି ବଢାଇବା ନେଇ ଜିଲ୍ଲାପାଳଙ୍କୁ ଚାଷୀମାନେ ନିବେଦନ କରିଛନ୍ତି। ଜିଲ୍ଲାପାଳ ବିଜୟ କୁମାର ଦାସ ଚାଷୀଙ୍କ ସହ ଆଲୋଚନା କରି ଟେ।କନ୍ ସମୟ ବଢାଇବା ନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।