୧୩୬ ବିଏସଏଫ ବାଟାଲିୟନ ଡାକା ପକ୍ଷରୁ ଜନ ହିତକାରୀ କାର୍ଯ୍ୟକ୍ରମ

ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଡାକା ଠାରେ ଅବସ୍ଥିତ ୧୩୬ ବିଏସ୍ଏଫ୍ ବାଟାଲିୟନ କ୍ୟାମ୍ପରେ ଏକ ଜନ ହିତକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ସହିତ ଏକ ସୀମା ସୁରକ୍ଷା ବାହିନୀ ସହିତ ଏକ ସୁସମ୍ପର୍କ ପ୍ରତିଷ୍ଠା କରିବା। ଆଜି ଏହି କାର୍ଯ୍ୟକ୍ରମରେ ସଲାଗୁଡା ଗ୍ରାମପଞ୍ଚାୟତର ଗରିବ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରି ବାସନ, କୋମଳ ,ମଶାରୀ ଓ କିଛି ଘରେଇ ଉପକରଣ ପ୍ରଦାନ କରିଥିଲେ, ତା ସହିତ ଆଖ ପାଖରେ ଥିବା ବିଦ୍ୟାଳୟ ଓ ଯୁବକ ସଙ୍ଘ କୁ ଖେଳ ଉପକରଣ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଏସଏଫ ଡେପୁଟି କୋମାଣ୍ଡେଣ୍ଟ ସନ୍ଦୀପ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଲାଗୁଡା ସରପଞ୍ଚ ସରିତା ମଲିକ, ଡାକା ୱାର୍ଡ ମେମ୍ବର, ବିଏଫଏଫ ର ଶୈଳେନ୍ଦ୍ର ଯାଦବ ଆସିଷ୍ଟାଣ୍ଡ କୋମାଣ୍ଡେଣ୍ଟ ଡାକା, ସଞ୍ଜୟ କୁମାର ସିଂ ଇନିସ୍ପେକଟର, ଏଏସଆଇ ସଞ୍ଜୟ, ମୁଖ୍ୟଆରକ୍ଷକ ସାମାନ୍ୟ କୈଳାଶ ବାଙ୍ଗେ, ଆରକ୍ଷକ ଜି. ବି. ନାୟକ ଙ୍କ ସମେତ ବହୁ ପଦାଧିକାରୀ ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଞ୍ଚଳର ଲୋକେ ଯୋଗ ଦେଇଥିଇଥିଲେ। ପାଖା ପାଖି ସଲାଗୁଡା ପଞ୍ଚାୟତ ର ୨୦୦ ରୁ ଉର୍ଦ୍ଧ ଲୋକଙ୍କୁ ବିଭିନ୍ନ ଘରେଇ ଉପକରଣ ପ୍ରଦାନ କରିଛନ୍ତି ୧୩୬ ବିଏସଏଫ ବାଟାଲିୟନ । ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି।

Smart Computer Ad
You might also like
error: Content is protected !!