ପିକପ୍ ଭେନ ସହ ବାଇକ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର ।

ପିକପ୍ ଭେନ ସହ ବାଇକ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର ।

ଆର.ଉଦୟଗିରା (ମନୋଜ କୁମାର ପାଢ଼ୀ) -: ଆଜି ଅପରାହ୍ନ 4ଟା ସମୟରେ ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଠାରୁ କାଳିଆ ମାହାଙ୍କୁଡ ବୟସ 26 ବର୍ଷ ପିତା ଶ୍ୟାମ ସୁନ୍ଦର ମାହାଙ୍କୁଡ ଏବଂ ମାର୍କଣ୍ଡ ପାଇକ ବୟସ 60 ବର୍ଷ ପିତା ବରଜ ପାଇକ ଦୁହେଁ ନିଜର କାମ ସାରି ବାଇକ ଯୋଗେ ଯାହାର ଗାଡି ନଂ OD 07AE 1787 ଗ୍ରାମ ଗୁବୁରୀଗୁଡା କୁ ଫେରୁଥିଲେ ଅପର ପକ୍ଷରୁ ଏକ ବୋଲେରୋ ପିକପ୍ ଭେନ ଯାହାର ଗାଡି ନଂ OD 02BZ7096 ଦ୍ରୁତ ଗତି ରେ ଆସି ବାଇକ କୁ ଧକ୍କା ଦେଇଥିଲା ଯାହା ଫଳରେ ଦୁଇ ବାଇକ ଆରୋହୀ ଦୁର୍ଘଟଣା ର ଶିକାର ହୋଇଥିଲେ। ମୁମୁର୍ଷୁ ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀଙ୍କୁ ଚିକିଛା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଥିଲା ଏବଂ ସେଠାରେ କାଳିଆ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ମାର୍କଣ୍ଡ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଯୋଗୁଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନନ୍ତରିତ କଲେ।

Smart Computer Ad
You might also like
error: Content is protected !!