କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ହେଲେ ପଣ୍ଡିତ ବିଶିମାଝି

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ରାଜ୍ୟ ବିଜେପି ପକ୍ଷରୁ ଜ଼ିଲ୍ଲା ବିଜେପି ସଭାପତି ଙ୍କ ନାମ ଘୋଷଣା କରାଯାଇଛି l ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ଅଧକ୍ଷତା ରେ ଅବଶିଷ୍ଟ ଜ଼ିଲ୍ଲା ବିଜେପି ସଭାପତି ମାନଙ୍କୁ ଚୟନ କରାଯାଇ ନାମ ଘୋଷଣା କରାଯାଇଛି l କନ୍ଧମାଳ ଜ଼ିଲ୍ଲା ବିଜେପି ଭାବେ ପଣ୍ଡିତ କୁମାର ବିଶିମାଝି ଙ୍କ ନାମ ଘୋଷଣା ପରେ ପଣ୍ଡିତ ବିଶିମାଝି ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି l ଜ଼ିଲ୍ଲା ସଭାପତି ହେବାପରେ ଦଳ ଯାହା ଦାୟିତ୍ୱ ଦେବ ସୁଚାରୁ ରୂପେ ସମ୍ପାଦନ କରିବି ଏବଂ ତୃଣ ମୂଳ ସ୍ତରରୁ ସଂଗଠନ କୁ ସୁ ଦୃଢ଼ ପାଇଁ ସମସ୍ତ ଙ୍କୁ ଧରି ଚାଲିବି ବୋଲି ପ୍ରତିକ୍ରିୟା ରେ କହିଛନ୍ତି l ଜ଼ିଲ୍ଲା ସଭାପତି ହେବାପରେ ପଣ୍ଡିତ ବିଶିମାଝି ରାଜ୍ୟ ସଭାପତି ମନମୋହନ ସାମଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଜଗନ୍ନାଥ ସାହୁ, ପଦ୍ମ ଚରଣ ଦାସ ଏବଂ ଜ଼ିଲ୍ଲା ର ସମସ୍ତ ପଦାଧିକାରୀ କାର୍ଯ୍ୟକର୍ତ୍ତା ଓ ସମସ୍ତ ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜଣାଇଛନ୍ତି |

You might also like
error: Content is protected !!