ନୂଆ ଥାନା ଏବଂ ଫାଣ୍ଡି ପ୍ରତିଷ୍ଠା ପାଇଁ ୨୭ଟି ପ୍ରସ୍ତାବ ଆସିଛି: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର:- ତିନି ଦିନ ପରେ ଆଜି ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି। ଆଇନ ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସମଗ୍ର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ଟି ପ୍ରସ୍ତାବ ଆସିଛି ନୂଆ ଥାନା ଏବଂ ଫାଣ୍ଡି କରିବା ପାଇଁ । ଜିଲ୍ଲାରୁ ପ୍ରସ୍ତାବ ଆସିବା ପରେ ବିଭାଗ ତା ଉପରେ ନିଷ୍ପତ୍ତି ନେବ । ଯେଉଁ ଯେଉଁ ଜାଗାରେ ସମ୍ଭାବନା ଅଛି ଥାନା ଏବଂ ଫାଣ୍ଡି ନିର୍ମାଣ ପାଇଁ ସେଗୁଡ଼ିକ ଉପରେ ବିଭାଗ ବିଚାର କରିବ।

You might also like
error: Content is protected !!