୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର), ଭୁବନେଶ୍ୱର : ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (BJP)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ପୂର୍ବରୁ ୧୬ରୁ ଅଧିକ ଜିଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିଲା ବେଳେ ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା ରାଜ୍ୟ ସଭାପତି ର୍ନିବାଚନ ପାଇଁ ବାଟ । ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଗ୍ରାଉଣ୍ଡରେ ପହଞ୍ଚାଇବା ଏବଂ ସଂଗଠନ ଓ ସରକାର ମଧ୍ୟରେ ସମନ୍ଵୟ ରକ୍ଷା କରି ଦଳକୁ ଆଗକୁ ବଢ଼ାଇବା ସହିତ ପଞ୍ଚାୟତ ଦଖଲ ନୂଆ ସଭାପତିମାନଙ୍କ ଗୁରୁ ଦାୟିତ୍ବ ହେବ ବୋଲି ଦଳ କହିଛି ।
ବିଜେପି ପୂର୍ବରୁ ଗଞ୍ଜାମରେ ସରୋଜ ସାବତ, ବାଲାଙ୍ଗୀରରେ ଶ୍ରୀବତ୍ସ ବେହେରା, ପୁରୀରେ ଦେବେନ୍ଦ୍ର ତରାଇ, ସୁନ୍ଦରଗଡ଼ରେ ଗିରିଶ ସାହୁ, ଢେଙ୍କାନାଳ ରାହାସ ବିହାରୀ ବେହେରା, କେନ୍ଦ୍ରାପଡ଼ାରେ ଶଶାଙ୍କ ଶେଖର ସେଠୀ, ବାଲେଶ୍ୱରରେ ଈଶ୍ୱର ଚନ୍ଦ୍ର ବେହେରା, କଟକ ନଗରରେ ସୁକାନ୍ତ ବିଶ୍ୱାଳ, କଳାହାଣ୍ଡିରେ ଯୁଗଳ ପୋଢ଼, ମୟୂରଭଂଗରେ ଜୁରିଲାଲ ମହନ୍ତ ଓ ଦେବଗଡ଼ରେ ଅରୁଣ କୁମାର ସାହୁଙ୍କୁ ଜିଲ୍ଲା ସଭାପତି କରିଥିଲା।

ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା ରାଜ୍ୟ ସଭାପତି ଭୁବନେଶ୍ୱର ନିରଞ୍ଜନ ମିଶ୍ର, ଖୋର୍ଦ୍ଧା ବିଶ୍ୱରଞ୍ଜନ ବଡ଼ଜେନା, କନ୍ଧମାଳ ପଣ୍ଡିତ କୁମାର ବିସ୍‌ମାଝୀ, ଅନୁଗୁଳ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ଭଗବାନ ପଣ୍ଡା, ଗଜପତି ନବକିଶୋର ଶବର ଓ ଯାଜପୁର ଦେବଯାନୀ ପ୍ରଧାନଙ୍କୁ ସଭାପତି ଭାବେ ନାମ ଘୋଷଣା କରିଛି। ସେହିପରି ଝାରସୁଗୁଡ଼ା ରଘୁନନ୍ଦନ ପଣ୍ଡା, କୋରାପୁଟ ଶିବ ମୁଦୁଲି ଓ ନୟାଗଡ଼ ତାପସ ରଞ୍ଜନ ମାର୍ଥାଙ୍କୁ ବିଜେପି ଜିଲ୍ଲା ସଭାପତି କରିଛି।

You might also like
error: Content is protected !!