ବନ୍ଦ ପଡ଼ିଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମେଡିକାଲକୁ ଖୋଲିବା ଦାବିରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କ ଗାଡ଼ି ଅଟକାଇଲେ ଗୁଲୁବା ଗ୍ରାମବାସୀ।

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗାଁ ରାସ୍ତା ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯାଉଥିବା ବେଳେ ଗୁଲୁବା ଗ୍ରାମବାସୀ ଅଟକାଇଲେ ଏବଂ ଗୋଟିଏ ପରେ ଗୋଟିଏ ଅଭିଯୋଗ ବଖାଣିଲେ । ବର୍ଷ ବର୍ଷ ଧରି ଗାଁ ରେ ବନ୍ଦ ପଡ଼ିଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମେଡିକାଲକୁ ଖୋଲିବା ଦାବି ନିୟମିତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ନେଇ ଦାବି କଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଗୁଲୁବା ଗ୍ରାମପଞ୍ଚାୟତରେ । ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଗୁଲୁବା ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆଜକୁ ଅଢେଇ ବର୍ଷ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମରେ ସରକାର ମେଡିକାଲ ସ୍ଥାପନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ନିଯୁକ୍ତ କର୍ମଚାରୀଙ୍କ ମନମୁଖି ଓ ଦାୟିତ୍ୱହୀନତା ଯୋଗୁଁ ଏହି ସେବା କେନ୍ଦ୍ରରେ ନିୟମିତ ତାଲା ଝୁଲୁଛି । ଯାହାଫଳରେ ଆଖପାଖ ଅଞ୍ଚଳବାସୀଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ପାଲଟିଛି । ଏଠାକୁ ନାଁ ଆସୁଛନ୍ତି ଡାକ୍ତର ନାଁ ରହୁଛନ୍ତି କର୍ମଚାରୀ ଯାହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରାସ୍ତାରେ ଅଟକାଇଛନ୍ତି । ଗାଡିରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜିବ ଦାସ ଓଲ୍ଲାଇ ଲୋକଙ୍କ ସମସ୍ୟା ବୁଝିବା ସହ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରି ଫୋଟୋ ଉଠେଇଛନ୍ତି ଏବଂ ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଯୋଗାଯୋଗ କରି ଆଲୋଚନା କରିଛନ୍ତି। ଏଭଳି ଦାୟିତ୍ୱରେ ଚରମ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ବିଭାଗୀୟ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୋହନା ବିଡ଼ିଓ। ଅପରପକ୍ଷରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ବାସଭବନ ଥିଲେ ମଧ୍ୟ କାହିଁକି ରହୁନାହାନ୍ତି ଏବଂ ନିୟମିତ ସ୍ୱାସ୍ଥ୍ୟ ସେବା ମିଳିପାରୁନି ତାହାକୁ ନେଇ ବିଡ଼ିଓ ଙ୍କୁ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

You might also like
error: Content is protected !!