ମୌଳିକ ସୁବିଧା କେବେ ପାଇବେ ଜାଡାପାଣିବାସୀ ।

ଆର.ଉଦୟଗିରି- (ମନୋଜ କୁମାର ପାଢୀ) :- ପଚିଶ ବର୍ଷର ସ୍ଥାୟୀ ସରକାର ଦେଇପାରିନି ସମସ୍ତ ମୌଳିକ ସୁବିଧା । ରାସ୍ତା, ଶିକ୍ଷା, ସ୍ଵାସ୍ଥ୍ୟ, ଆବାସ ଏପରିକି ପାନୀୟ ଜଳରୁ ମଧ୍ୟ ବଞ୍ଚିତ ଅଛନ୍ତି ଏହି ଅଞ୍ଚଳବାସୀ । ତତ୍କାଳୀନ ସରକାରଙ୍କ ପଡ଼ିନାହିଁ ଦୃଷ୍ଟି । ବିକାଶ ଲାଗି ହୋଇନାହିଁ କୌଣସି ଆଖିଦୃଷ୍ଟିଆ ସରକାରୀ ଯୋଜନା । ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଦୁର୍ଗମ ଅଞ୍ଚଳ ଶିଆଳିଲଟି ପଞ୍ଚାୟତ ଯାଡା ପାଣି ଗ୍ରାମ ଅଛି ଯୋଉଠି ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନି ମୌଳିକ ସୁବିଧା । ପହଞ୍ଚି ପାରିନି ସରକାରୀ ଯୋଜନା ।

ମୌଳିକ ସୁବିଧା କେବେ ପାଇବେ ଜାଡାପାଣିବାସୀ ।

ନା ହୋଇ ପାରିଛି ଗମନା ଗମନ ଲାଗି ରାସ୍ତାର ବିକାଶ ? ନା ମୁଣ୍ଡ ଗୁଞ୍ଜିବା ଲାଗି ହୋଇ ପାରିଛି ଆବାସ ଘର । ଏପରିକି ପିଇବା ଲାଗି ମଧ୍ୟ ପାଣି ଟୋପାଏ ଯୋଗାଇ ପାରିନାହାନ୍ତି ବିଜେଡି ସରକା । ଶିକ୍ଷା ଲାଗି ରହିଛି ଏକ ଅଙ୍ଗନବାଡ଼ି କେନ୍ଦ୍ର ତାହାବି ଦୀର୍ଘ ମାସ ହେଲା ବନ୍ଦ ପଡ଼ିଛି ରାସ୍ତା ନଥିବାରୁ ଆସୁନାହାନ୍ତି ଅଙ୍ଗନବାଡ଼ି କର୍ମୀ । ଏହିଭଳି ରାସ୍ତାରେ ଦୈନିକ ଜାତାୟକରୁଛନ୍ତି ଗ୍ରାମବାସୀ । ହାଟ ବଜାର କଥା କୁହନ୍ତୁ ଅବା ପଞ୍ଚାୟତ ଯିବା କଥା ଏହାରି ଉପରେ ହିଁ ଭରସା । ନିଜେ ଚାଲି ଯିବା କଷ୍ଟ ଆଉ ଗାଡ଼ି ମଟର କଥା ଭୁଲି ଯାଆନ୍ତୁ । ପାଣି ଲାଗି ଏହି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଭଙ୍ଗା କୂଅ ଉପରେ ବର୍ଷ ତମାମ ନିର୍ଭର ।

ମୌଳିକ ସୁବିଧା କେବେ ପାଇବେ ଜାଡାପାଣିବାସୀ ।

ଆବାସ ଘର କଥା ଏହି ଘର ଗୁଡ଼ିକୁ ଦୃଷ୍ଟି ପକାଇଲେ ଆପଣ ନିଶ୍ଚୟ ଜାଇପାରୁଥିବେ । ବିଦ୍ୟୁତ୍ ସେବା ଲାଗି ସରକାର ତରଫରୁ ଦିଆଯାଇଛି ଏହି ସୋଲାର ଲାଇଟ୍ କିନ୍ତୁ କିଛି ଅସାଧୁ ସଂସ୍ଥା ଦ୍ୱାରା ତାହାବି ଅଧା ପହନ୍ତରିଆ। ପ୍ୟାନେଲ ଦେଇ ଦେଇନାହାନ୍ତି ବ୍ୟାଟେରୀ । ପୂର୍ବ ପୁରୁଷ ରୁ ଏହି ସ୍ଥାନରେ ରହି ଆସୁଥିବାରୁ ନିଜ ଭାଗ୍ୟକୁ ଆଦରି ବସିଛନ୍ତି ଯୁବକ ଯୁବତୀ ।ସରକା ଠାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦେଇ ପାରିନାହାଁନ୍ତି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ପ୍ରଶାସନର ପାଦ ପଡ଼ିନାହିଁ ଏହି ଗାଆଁ ରେ ।

You might also like
error: Content is protected !!