ପିତୃ ମାତୃ ପୂଜନ ଦିବସ କାର୍ଯ୍ୟକ୍ରମ


ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡା ସଂଯୋଜନା ରେ ବିଦ୍ୟାଳୟ ପରିସରରେ ମାତୃ ପିତୃ ପୂଜନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡକ୍ଟର ବିଭୁତି ଭୂଷଣ ଆଚାର୍ଯ୍ୟ ଅଧ୍ୟାପକ ଓଡ଼ିଆ ବିଭାଗ ଆଦିବାସୀ ମହାବିଦ୍ୟାଳୟ,ବାଲିଗୁଡା ମୁଖ୍ୟ ଅତିଥି, ପ୍ରକାଶ ଚନ୍ଦ୍ର ନାୟକ ବରିଷ୍ଠ ସାମ୍ବାଦିକ ଅତିଥି ଭାବେ ଯୋଗଦେଇଥିଲେ l ପ୍ରଧାନାଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକପିତୃ ମାତୃ ପୂଜନ ଦିବସ କାର୍ଯ୍ୟକ୍ରମ ତୀର୍ଥବାସୀ ଘଡ଼ାଇ ଏହି ଦିବସ ର ଉଦେଶ୍ୟ ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥି ଡଃ ଆଚାର୍ଯ୍ୟ ଭାରତୀୟ ସଂସ୍କୃତି ପରମ୍ପରା ରେ ମାତୃ ପିତୃ ଦିବସ ର ମହତ୍ୱ ଶିଶୁ ଓ ଉପସ୍ଥିତ ମାଆ ଓ ବାପା ମାନଙ୍କୁ ବୁଝାଇଥିଲେ l ପ୍ରାୟ ଏକ ଶହ ପଚାଶ ରୁ ଉର୍ଦ୍ଧ୍ୱ ମାଆ ଓ ବାପା ଯୋଗ ଦେଇଥିଲେ l ଶେଷରେ ମମତା ଗୁରୁମା ଧନ୍ୟବାଦ ଦେଇଥିବାବେଳେ ସମସ୍ତ ଗୁରୁଜୀ ଓ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ l

Smart Computer Ad
You might also like
error: Content is protected !!