ଚନ୍ଦ୍ରପୁର ବ୍ଲକର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କର ଚତୁର୍ଦ୍ଦଶ ବ୍ଲକସ୍ତରୀୟ ମାସିକ ଆଲୋଚନା ଚକ୍ର

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ) ତା ୧୫/୦୨/୨୦୨୫ରିଖ :- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ ଡାଙ୍ଗସୋରଡା ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବ୍ଲକର ଏଗାର ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଚତୁଃର୍ଦ୍ଦଶ ବ୍ଲକସ୍ତରୀୟ ମାସିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚନ୍ଦ୍ରପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଗଣେଶ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲା ବେଳେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାଳନ୍ଦୀ ଚରଣ ରାଉତ ବୈଠକ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ପ୍ରଥମେ ଗତ ମାସରେ ଆଲୋଚନା କରାଯାଇ ଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ଏହା ପରେ ଏହି ମାସର କାର୍ଯ୍ୟାବଳୀକୁ ଆଧାର କରି ବୈଠକରେ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ମାନବୃଦ୍ଧି ସହିତ ଡ୍ରପଆଉଟ ହାର କମାଇବା, ଖାନ ଏକାଡେମୀ ଗଣିତ ଦକ୍ଷତା ବୃଦ୍ଧି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଉତ୍କର୍ଷ କାର୍ଯ୍ୟକ୍ରମ ,ଏଲିପ , ପ୍ରାକ୍ତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ, ଅପାର ଆଇଡି ସୃଷ୍ଟି କରଣ, ୟୁଡାଇସ ଅପଡେଟ, ଆକାଂକ୍ଷୀ ପାଠ୍ୟକ୍ରମ,ଏସ ଆଇ ଓଏସରେ ନାମ ପଞ୍ଜିକରଣ,ଦଶମ ଶ୍ରେଣୀ ପରୀକ୍ଷା , ବିଦ୍ୟାଳୟକୁ ଆସୁଥିବା ଅନୁଦାନକୁ ବିନିଯୋଗ ଇତ୍ୟାଦି ଉପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରପୁର ଆଲୋକପାତ କରିଥିଲେ। ଉକ୍ତ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ସୁରତ କୁଶୁଲିଆ ସହଯୋଗ ଭାର ଗ୍ରହଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!