ମାନସିକ ବିକୃତ ମହିଳାଙ୍କ ଉନ୍ମତ କାଣ୍ଡ : ନିଜ ଘରେ ନିଜେ ନିଆଁ ଲଗାଇଲେ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଶନିବାର ସନ୍ଧ୍ୟା ରେ ଜୈନକ ମାନସିକ ବିକୃତ ମହିଳା ନିଜ ଘରେ ନିଜେ ନିଆଁ ଲଗାଇଥିବାରୁ ଘରେ ଥିବା ବହୁ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଘଟଣାରୁ ପ୍ରକାଶ ଯେ, ସୁନାପାଙ୍ଗା ବାସିନ୍ଦା ବାସନ୍ତୀ ଶତପଥିଙ୍କ ସ୍ୱାମୀ ଓ ପୁଅର ମୃତ୍ୟୁ ପରେ ସେ ମାନସିକ ଦୁଶ୍ଚିନ୍ତା ରେ ଏକାକୀ ରହି ନିଜର ମାନସିକ ସ୍ଥିତି ହରାଇ ଥିଲେ l ଏପରି ସ୍ଥିତିରେ ଶନିବାର ସନ୍ଧ୍ୟାରେ ମାନସିକ ସ୍ଥିତି ଅଧିକ ହେବାରୁ ସେ ନିଜ ଘରେ ନିଜେ ନିଆଁ ଲଗାଇ ଘରର ଦାଣ୍ଡ ପଟୁ ତାଲା ପକାଇ ବାରି ଆଡୁ କେଉଁ ଆଡେ ପଳାଇଥିଲେ l ନିଆଁ ଲାଗିବାର କିଛି ସମୟ ପରେ ପଦାକୁ ଧୂଆଁ ଆସିବାରୁ ଆଖପାଖ ପଡିଶା ଘର ଲୋକେ ସଙ୍ଗେ ସଙ୍ଗେ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଜଣାଇବାରୁ ନିଆଁକୁ ଆୟତ୍ତ କରିଥିଲେ l

Smart Computer Ad
You might also like
error: Content is protected !!