ମାଘ ମେଳା ମହୋତ୍ସବ ଉଦଯାପିତ 

 ନୟାଗଡ ( ପ୍ରଭାକର ଶିରୋମଣି )୧୫ l ୨:- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ  ୩ୟ  ବାର୍ଷିକୀ  ମାଘ ମେଳା   ମହୋତ୍ସବ ଗତକାଲି ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଏତଦ ଉପଲକ୍ଷେ ଆୟୋଜିତ ଏକ ସଭା କମିଟି କାର୍ଯ୍ୟକାରୀ ସଭାପତି ପ୍ରଭାକର ଶିରୋମଣିଙ୍କ ସଭାପତିତ୍ୱତ୍ୱରେ ଅନୁଷ୍ଟିତ ହୋଇଥିଲା l ସୂଚନା ଯୋଗ୍ୟ ଏହି ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କର ଜନ୍ମଦିନ ହୋଇଥିବାରୁ ମଞ୍ଚ ମଣ୍ଡପରେ ଵିଧି ପାଳନ ପୂର୍ବକ ଉପସ୍ଥିତ ଦର୍ଶକ ମାନଙ୍କ ଉପସ୍ଥିତିରେ କେକ କଟାଯାଇ ” ହାପି ବାର୍ଥ ଡେ ” ପାଳନ କରାଯାଇଥିଲା l ମୁଖ୍ୟ ବକ୍ତା ଭାବେ ଖଣ୍ଡପଡା ବି ଡି ଓ ଅଙ୍କୁର ଅଭିଳାଷ, ଭୁବନେଶ୍ୱର ରୁ ଆସିଥିବା ବିଶିଷ୍ଟ ଅତିଥି ଇଶ୍ୱର ପାତ୍ର ଓ ମୁଖ୍ୟ ଅତିଥି ଭାବେ ଭୋଳାନାଥ ମହାନ୍ତି,ସାଂସଦଙ୍କ  ଖଣ୍ଡପଡା ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାରସିଂ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କଣ୍ଟିଲୋ ନାଗରିକ ମଞ୍ଚ ସଭାପତି ଅଖିଳ କୁମାର ମହାରଣା, କଣ୍ଟିଲୋ ଜିଲ୍ଲାପରିଷଦ ସଭ୍ୟା ଉଜ୍ଜଳ ମହାରଣା, କଣ୍ଟିଲୋ ସମିତି ସଭ୍ୟା ଶିଖା ବେହେରା, କଣ୍ଟିଲୋ ସରପଞ୍ଚ ଶ୍ରୀୟାରାଣୀ ବେହେରା ଓ ଅନ୍ୟତମ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ମହାରଣା  ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ l

ମାଘ ମେଳା ମହୋତ୍ସବ ଉଦଯାପିତ 

ମାନ୍ୟବର ବିଧାୟକ ତଥା ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର. ମାନ୍ୟତା  ଦେବା ସହ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସୂଚନା ଦେବା ସଙ୍ଗେ ସଙ୍ଗେ କଣ୍ଟିଲୋ ମାଘମେଳା ମହୋତ୍ସବକୁ ଉଚ୍ଚ କୋଟିର କରିବାପାଇଁ କହିଥିଲେ l କଣ୍ଟିଲୋ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଏହି କାର୍ଯ୍ୟକ୍ରମରେ  ସହଯୋଗ କରିଥିବାରୁ ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ସ୍ୱାଇଁ ସେମାନଙ୍କୁ ଧନ୍ୟବାଦ ଦେଇ ସେମାଙ୍କୁ  ସମ୍ବର୍ଦ୍ଧିତ କରି କାର୍ଯ୍ୟକ୍ରମର ଉଦଯାପନୀ  ଘୋଷଣା କରିଥିଲେ l  ଶ୍ରୀ ରାଜୀବ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିବା ବେଳେ ଅଧ୍ୟାପକ ନିର୍ମଳ ଚନ୍ଦ୍ର ସାହୁ ” କଣ୍ଟକରିଥିଲେ l  ଶ୍ରୀ ରାଜୀବ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିବା ବେଳେ ଅଧ୍ୟାପକ ନିର୍ମଳ ଚନ୍ଦ୍ର ସାହୁ ” କଣ୍ଟିଲୋ ବନ୍ଦନା ” ଗାନ କରିଥିଲେ l କମିଟି ସମ୍ପାଦକ ସିଦ୍ଧାର୍ଥ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସରପଞ୍ଚ ଶ୍ରୀୟା ରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଭୁବନେଶ୍ୱର  “ବାଦଶା ମେଲୋଡି “ମୁଖ୍ୟ ଓ ୟୁ ଟ୍ୟୁବ ଚାନେଲ କାଳିଆ ଷଣ୍ଢ ଙ୍କୁ ଅନୁଷ୍ଠାନ ପକ୍ଷରୁ ବିଧାୟକ ସମ୍ବର୍ଦ୍ଧିତ କରିବା ସହିତ ସ୍ବେଛାସେବୀ , ମୋଟର ସଂଘ ଓ ଅନ୍ୟାନ୍ୟ ପ୍ରତିଭୂଙ୍କୁ ଉତ୍ତରୀୟ ଦେଇ ସମର୍ଦ୍ଧିତ କରାଯାଇଥିଲା l 

Smart Computer Ad
You might also like
error: Content is protected !!