ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଭଞସାହିତ୍ୟ ଆଲୋଚନା
ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଭ୍ଞ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ମାଲକାନଗିରି ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ମଧୁସୂଦନ ମହାପାତ୍ର ବିଷୟ ବିଶାରଦ ଭାବରେ ମଧ୍ୟକାଳୀନ ସାହିତ୍ୟ ଓ ଭ୍ଞ ସାହିତ୍ୟ ଉଦାହରଣ ଦେଇ ବିଶଦ ଆଲୋଚନା କରିଥିଲେ।ଏକାଡେମିକ୍ ବର୍ସର ଡ଼ ସୁଶାନ୍ତ କୁମାର ଦାସ
ଆଇକ୍ୟୂଏସି ସଂଯୋଜକ ହିମାଂଶୁଚରଣ ସାହୁ ଇଂରାଜୀ ଅଧ୍ୟାପକ ନୀଳାଚଳ ମହାରଣା ବିଭାଗୀୟ ଅଧ୍ୟାପକ ରୂପେଶକୁମାର ତ୍ରିପାଠୀ ଅଧ୍ୟାପିକା ସ୍ନେହଲତା ମାଝୀ ଭ୍ଞ ସାହିତ୍ୟ ଆଲୋଚନା କରିଥିଲେ।+୩ ତିନି ବର୍ଷର ଛାତ୍ର ଛାତ୍ରଛାତ୍ରୀ ମନଭରି ଆଲୋଚନା ଶୁଣିଥିଲେ। ରାଜନୀତି ବିଜ୍ଞାନ ଓ ଇଂରେଜୀ ଏବଂ ଇତିହାସ ବିଭାଗର ଛାତ୍ରୀମାନେ ମଧ୍ୟ ଆଲୋଚନା ଶୁଣି ଥିଲେ। ବିଭାଗ ମୁଖ୍ୟ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
