ମାଘମେଳା ମହୋତ୍ସବ : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ୫ ବିଧାୟକଙ୍କ ଯୋଗଦାନ
ନୟାଗଡ ( ପ୍ରଭାକର ଶିରୋମଣି ) ୧୪ l ୨:- ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋ ମାଘମେଳା ପଡିଆରେ ଚାଲିଥିବା ପଞ୍ଚମ ଦିନ ମହୋତ୍ସବ ସନ୍ଧ୍ୟାରେ ରାଜ୍ୟର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥିବାବେ ଯୋଗ ଦେଇ କଣ୍ଟିଲୋ ଠାରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ୨୪ x୭ ମେଡିକାଲ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦୃଢ଼ କଣ୍ଠ ରେ ହଜାରହଜାର ଦର୍ଶକ ଙ୍କ ସମ୍ମୁଖରେ କହିବା ସଙ୍ଗେ କଣ୍ଟିଲୋ ନୀଳମାଧଵ ମନ୍ଦିର କୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଓ ଏ ଦିଗରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ସଚେତନ ଅଛନ୍ତି ବୋଲି ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଚିକିଟି ମାନ୍ୟବର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, କଟକ ସଦର ମାନ୍ୟବର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠି , ସୋରଡ଼ା ମାନ୍ୟବର ବିଧାୟକ ଶ୍ରୀ ନୀଳମଣି ବିଶୋଇ, ନୟାଗଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ସୁଶାନ୍ତ କୁମାର ଦାଶ, ଭାପୁର ବ୍ଳକ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗୟାଧର ପରିଡା ଓ ଭାପୁର ବିଡ଼ିଓ ଶାରଦା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l

ମାଘ ମେଳା ମହୋତ୍ସବ ଅଧ୍ୟକ୍ଷ ଖଣ୍ଡପଡାର ମାନ୍ୟବର ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ଉପସ୍ଥିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ମାଘମେଳାର ଶୁଭ ଟୋପି ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ l କଣ୍ଟିଲୋ ଗ୍ରାମ ବାସୀଙ୍କ ପକ୍ଷରୁ ନାଗରିକ ମଞ୍ଚ ସଭାପତି ଅଖିଳ କୁମାର ମହାରଣା ସମସ୍ତ ଅତିଥି ମାନଙ୍କୁ କଣ୍ଟିଲୋ ବାସନ ଓ ନୀଳମାଧଵ ମୂର୍ତ୍ତି ଉପହାର ଦେଇଥିଲେ l ଏହି ଅବସରରେ ମଞ୍ଚ ଉଦଘାଟନ ସମୟରେ ପଣ୍ଡିତ ମନୋଜ କୁମାର ଦାଶଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲା ଓ ନଟବର ପୁର ଶାସନ ବେଦ ପାଠଶାଳାର ଛାତ୍ର ମାନେ ସହଯୋଗ କରିଥିଲେ l. କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଭାକର ଶିରୋମଣି ଙ୍କ ନିର୍ଦ୍ଦେଶ କ୍ରମେ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l
