ଶ୍ରୀ କାଳେଶ୍ଵର ହାଇସ୍କୁଲରୁ ଚୋରି, ପୋଲିସ ର ତଦନ୍ତ ଜାରି

ପୁରୁଷୋତ୍ତମପୁର ବ୍ଲକ, (ପ୍ରସନ୍ନ କୁମାର ଦାଶ) :- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ ଖରିଡ଼ା ଗ୍ରାମର ଶେଷ ପ୍ରାନ୍ତରେ ଥିବା କାଳେଶ୍ଵର ଉଚ୍ଚ ବିଦ୍ୟାଳୟରୁ ପାଞ୍ଚ, ପାଞ୍ଚ ଥର ଚୋରି ହୋଇ ଯାଇଛି । ଲୋକଙ୍କ କହିବା କଥା କି ବାହାର ଚୋର କିମ୍ବା ଏରିଆର ଚୋର ଯେଉଁମାନେ ବି ହୋଇ ଥାଆନ୍ତୁ ସେମାନେ ଶିକ୍ଷା ଭଳି ଅନୁଷ୍ଠାନକୁ ମଧ୍ୟ ଛାଡିଲେ ନାହିଁ, କମ୍ପୁଟର ଠାରୁ ଆରମ୍ଭ କରି ସବୁ ଜିନିଷ ଚୋରି କରି ଥରେ ନୁହଁ ଲଗାତାର ପାଞ୍ଚ ଥର ଲୁଟି ନେଇଯାଇଛନ୍ତି । ଏଇତ ଗଲା ସ୍କୁଲ ଏହା ପୂର୍ବରୁ କାଳେଶ୍ଵର ମହାଦେବଙ୍କ ହୁଣ୍ଡି ଭାଙ୍ଗି ମଧ୍ୟ ଟଙ୍କା ସୁନା ଚୋରି କରି ନେଇ ଯାଇଥିଲେ ଚୋର । ଯାହାକି ଏପର୍ଯ୍ୟନ୍ତ ସେମାନଙ୍କ ଟେର ପାଇ ପାରିଲାନି ପୋଲିସ । ଯାହା ତଦନ୍ତ ହେଲା ତାହା ଦ୍ୱାରା ଚୋର ମାନେ ବୋଧେ ଆଶ୍ୱସ୍ତି ପାଇଗଲେ । ଯାହା ଫଳରେ ସେମାନେ ହୁଅନ୍ତୁ କିମ୍ବା ଅନ୍ୟ ଗୋଷ୍ଠି ଏହି ସ୍କୁଲରୁ 5 ଥର ଚୋରି କରିବାକୁ ସକ୍ଷମ ହେଲେ । ସ୍କୁଲର ଇନଚାର୍ଜ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ଶବର କବିସୂର୍ଯ୍ୟ ନଗର ଥାନାରେ ଏଫଆର ଦେଲାପରେ ପୋଲିସ ଆସି ତଦନ୍ତ କରୁଛି । କିନ୍ତୁ ସେହି ତଦନ୍ତ ରେ ସ୍କୁଲ ର ଛାତ୍ର, ଛାତ୍ରୀ ଖୁସି ନୁହନ୍ତି କିମ୍ବା ସ୍କୁଲ ପରିଚାଳନା କମିଟି ବୃନ୍ଦ, ଏବଂ ଅଭିଭାବକ ମାନେ ମଧ୍ୟ ଖୁସି ନାହାନ୍ତି ।

ଶ୍ରୀ କାଳେଶ୍ଵର ହାଇସ୍କୁଲରୁ ଚୋରି, ପୋଲିସ ର ତଦନ୍ତ ଜାରି

ତେଣୁ ଏହା ଉପରେ ଏସ୍ଡ଼ିପିଓ ଙ୍କ ବଦଳି ହୋଇ ଯାଇଥିବାରୁ ଆସିବାକୁ ଥିବା ନୂଆଁ ଏସ୍‌. ଡ଼ି. ପିଓ କିମ୍ବା ଏସ୍‌ପି ଗୁରୁତ୍ୱ ଦେଲେ ପ୍ରକୃତ ଚୋର ଧରା ପଡିବ ଏବଂ ଆଗକୁ ସେମାନେ ଆଉ ଏପରି ହୀନ କାର୍ଯ୍ୟ କରିବାକୁ କେବେ ସାହସ କରି ପାରିବେନି । ତେବେ ଏହାର ସମାଧାନ ନହେବାରୁ ସ୍କୁଲ ପିଲାମାନେ ସ୍କୁଲ ଆଗରେ ପୁରୁଷୋତ୍ତମପୁର ଆସ୍କା ରାସ୍ତାକୁ ଅବରୋଧ କରି ଧାରଣା ରେ ବସି ଥିଲେ । ଏହି ଖବର ପାଇ ଖରିଡ଼ା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ରାସ୍ତାରୁ ଉଠିଯିବାକୁ କହିଥିଲେ ମଧ୍ୟ ପିଲାମାନେ ଧାରଣାରେ ବସିବାରୁ ସେ ପୋଲିସ କୁ ତୁରନ୍ତ ଖବର ଦେଇଥିଲେ । କବିସୂର୍ଯ୍ୟ ନଗର ଥାନାଷ୍ଟାଫ ପହଞ୍ଚି ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀ ମାନେ ରାସ୍ତାରୁ ଉଠି ଥିଲେ । ତେବେ କେବେ ଧରାପଡିବ ମନ୍ଦିର ଚୋରି ସାମାନ ଓ ସ୍କୁଲର ପ୍ରାୟ 5ଲକ୍ଷ ଟଙ୍କାର ଉପକରଣ । ତେବେ ଚୋର ମାନେ ସିସି ଟିଭି ସହିତ ସମସ୍ତ ତାର ଗୁଡ଼ିକ କାଟି ନଷ୍ଟ ଭଷ୍ଟ୍ର କରିଦେଇଛନ୍ତି | ତେଣୁ କେବେ ଚୋର ଧରା ପଡି ଚୋରି ଜିନିଷ ଉଦ୍ଧାର ହେବ ତାହାକୁ ହିଁ ଅପେକ୍ଷା ରହିଛି । ଯଦି ପୋଲିସ ଏହା ଉପରେ ଗୁରୁତ୍ୱ ନଦିଅନ୍ତି ତେବେ ଛାତ୍ରଛାତ୍ରୀ ମାନେ ପୁଣି ଆନ୍ଦୋଳନ ରେ ବସିବେ ବୋଲି ଚେତାବନି ଦେଇଛନ୍ତି । ଏହି କାର୍ଯ୍ୟରେ ଗୋପାଳ ବାରିକ ସହିତ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Smart Computer Ad
You might also like
error: Content is protected !!