ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

ଖୋର୍ଦ୍ଧା,ଜିଲ୍ଲା(ସଞ୍ଜୀବ କୁମାର):- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ*ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା। ମାସିକ ଦରମା ୧୧ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏଣିକି ମାସକୁ ୧୬ ହଜାର ଟଙ୍କା ଦରମା ମିଳିବ।ସମଗ୍ର ଶିକ୍ଷା ସ୍କିମ୍‌ ଅନୁସାରେ ଆଜିଠାରୁ ଦରମା ବୃଦ୍ଧି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।ବର୍ଦ୍ଧିତ ଦରମା ଘୋଷଣାରେ ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ । ତେବେ ପୂର୍ବରୁ ବିଭିନ୍ନ ଦାବି ନେଇ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନ କରିଥିଲେ । ଯାହାକୁ ଦୃଷ୍ଟି ରଖି ସରକାର ଆଜି ତାଙ୍କ ଦରମା ବୃଦ୍ଧି ଦାବି ପୂରଣ କରିଛନ୍ତି ।

Smart Computer Ad
You might also like
error: Content is protected !!