ପୁରୁଷୋତ୍ତମପୁର ଡାକ ବଙ୍ଗଳାରେ ଭଏସ ଅଫ ମିଡ଼ିଆର ସାଙ୍ଗଠନିକ ବୈଠକ ଅନୁଷ୍ଠିତ !

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାଶ):- ପୁରୁଷୋତ୍ତମପୁର ସହର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଭଏସ ଅଫ ମିଡ଼ିଆ ତତ୍ଵାଵଧାନ ରେ ବ୍ଲକସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥ ଶ୍ରୀ ପ୍ରସନ୍ନ କୁମାର ଦାଶ ଙ୍କ ସଭାପତିତ୍ୱରେ ଏବଂ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ପୁରୁଷୋତ୍ତମପୁର ବ୍ଲକ ସମ୍ପାଦକ ଶ୍ରୀ ଅରୁଣ କୁମାର ଗୌଡ଼ଙ୍କ ସଂଯୋଜନା ରେ ବୈଠକ ଆରମ୍ଭ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଏସ ଅଫ ମିଡ଼ିଆର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ମିଶ୍ର ଯୋଗ ଦେଇ ଥିଲା ବେଳେ ସମ୍ନାନୀତ ଅତିଥି ଭାବେ ଦୁଇଜଣ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ବାଲାଜୀ ପାତ୍ର ଏବଂ ଶ୍ରୀଯୁକ୍ତ ସୁକାନ୍ତ କୁମାର ପରିଡାଙ୍କ ସହିତ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମ ପ୍ରସାଦ ସାମଲ ଏବଂ କୋଷାଧକ୍ଷ ଶ୍ରୀଯୁକ୍ତ ସୁଦର୍ଶନ ପରିଡା ଯୋଗ ଦେଇଥିଲେ, ଏହାସହିତ ଆମ ପୁରୁଷୋତ୍ତମପୁର ବ୍ଲକର ସମସ୍ତ ସଦସ୍ୟ ଯଥା ଶ୍ରୀ ମାଧବା ନନ୍ଦ ଦାଶ, ଶ୍ରୀ ଶାନ୍ତନୁ ପଣ୍ଡା, ଶ୍ରୀ କେ. ତ୍ରିଲୋଚନ ପାତ୍ର, ଶୁଭଙ୍କରୀ ଦାଶ, ଶ୍ରୀ ଶୁଭଙ୍କର ଦାଶ, ଶ୍ରୀ ଅମିତ କୁମାର ମହାପାତ୍ର, ଶ୍ରୀ ତ୍ରିଲୋଚନ ଦାଶ, ଶ୍ରୀ ଅରବିନ୍ଦ ଗୌଡ଼ ପ୍ରଭୁତି ଯୋଗ ଦେଇଥିଲେ, ସର୍ବ ପ୍ରଥମେ ଆଗନ୍ତୁକ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଉଥିଲା ବେଳେ ଜିଲ୍ଲା ସଭାପତିଙ୍କ ଦ୍ଵାରା ରାଜ୍ୟ ସଭାପତି ଙ୍କୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ମା ତାରାତାରିଣୀ ଙ୍କୁ ପ୍ରଣିପାତ କରି ସଭା କାର୍ଯ୍ୟ ଆଗକୁ ବଢ଼ାଯାଇଥିଲାଜ୍ଝ ଆମ ଦେଶ ସହିତ ୪୧ ଗୋଟି ଦେଶର ୭୦ ଲକ୍ଷ ୪୦ ହଜାର ବ୍ୟକ୍ତି ଏହାର ସଦସ୍ୟତା ଲାଭ କରିଥିଲା ବେଳେ, ପୁରୁଷୋତ୍ତମପୁର ବ୍ଲକ ରେ ଏହା ଆରମ୍ଭ କରାଯାଇ ଥିବାରୁ ଉପସ୍ଥିତ ଅତିଥି ମାନେ ଖୁସି ବ୍ୟକ୍ତ କରିଥୁଲେ । ଏହି ଅନୁଷ୍ଠାନ ଦ୍ୱାରା ସମସ୍ତେ ବହୁ ସୁବିଧା ଓ ସହଯୋଗିତା ଲାଭ କରିବା ସହ ସାମ୍ବାଦିକ ମାନଙ୍କ ନିମନ୍ତେ ସୁରକ୍ଷା ଓ ପେନସନ ଦାବିକୁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହା ଯେପରି କାର୍ଯ୍ୟକାରୀ ହେବ ତାହାରି ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ରାଜ୍ୟ ସଭାପତି କହିଥିଲେ । ନିଜଘରେ ଜନ୍ମିତ ମାଆ ପେଟର ଭାଈ, ଭାଇର ଶତ୍ରୁ ହୋଇ ଯାଉଥିଲା ବେଳେ ଏହା ମାଧ୍ୟମରେ ଭାଈ ଚାରା ସୃଷ୍ଟି ସହ ସୁଦୃଢ଼ ସଂପର୍କ ସ୍ଥାପନ ହୋଇ ପାରିବ ବୋଲି ରାଜ୍ୟ ଉପସଭାପତି କହିଥିଲେ । ଏହାସହ ଭଏସ ଅଫ ମିଡ଼ିଆର ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସଦସ୍ୟତା ସଂଗ୍ରହ କରିବାକୁ ସଭାପତି ଉପଦେଶ ଦେବା ସହ ଜିଲ୍ଲା ସଭାପତି ଙ୍କ ସହଯୋଗରେ ଦୁଈ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ ଓ ଅରୁଣ କୁମାର ଗୌଡ଼ଙ୍କୁ ଦାୟିତ୍ୱ ଦେଇଥିଲେ ଜ୍ଝ ଶେଷରେ ଶାନ୍ତନୁ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।

You might also like
error: Content is protected !!