କଣ୍ଟିଲୋ ମାଘମେଳା ମହୋତ୍ସବ ଆରମ୍ଭ  

  ନୟାଗଡ,(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ପୀଠ ଯାତ୍ରା ପଡିଆରେ ମାଘ ମେଳା ମହୋତ୍ସବ ତୃତୀୟ ବର୍ଷ ପାଇଁ ଗତ  ୯ ତାରିଖ ରବିବାର ଆରମ୍ଭ ହୋଇଛି l ଆୟୋଜିତ ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଖଣ୍ଡପଡା ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସୀତା ସ୍ୱାଇଁ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ  ବେଦ ପାଠ ମାଧ୍ୟମ ରେ   ଉଦଘାଟନ କରିଥିଲେ l ଆୟୋଜିତ ଏହି ସଭାରେ ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟର  ପଣ୍ଡିତ ସତ୍ୟନାରାୟଣ ଆଚାର୍ଯ୍ୟ ବିଶିଷ୍ଟ ଅତିଥି, ମୁଖ୍ୟ ବକ୍ତା  ପଣ୍ଡିତ ମନୋଜ ଦାଶ ଓ. ସମ୍ମାନିତ ଅତିଥି ଭାବେ  କଣ୍ଟିଲୋ ଜୋନ ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା ଯୋଗ ଦେଇଥିଲେ l ଅନ୍ୟତମ କାର୍ଯ୍ୟକାରୀ ସଭାପତି ଶରତ କୁମାର ମହାରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ   ପ୍ରଭାକର ଶିରୋମଣି ସଂଯୋଜନା କରିଥିଲେ l  ସଭା ଶେଷରେ  ଆୟୋଜିତ  ସାଂସ୍କୃତିକ କାର୍ଯ୍ୟକ୍ରମରେ ହାରମୋନିକ ମେଲୋଡି,  କଳାହାଣ୍ଡି ଓ ସଂଗୀତ ସର୍ଜନା ଭଜନ ସନ୍ଧ୍ୟା,ଭୁବନେଶର କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l             ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ   ନିର୍ମଳ ଚନ୍ଦ୍ର ସାହୁ ” ଆମ ପାଇଁ  ଭଲ ଆମ କଣ୍ଟିଲୋ ” ଗାନ କରିଥିଲେ l           

You might also like
error: Content is protected !!