ଦିଲ୍ଲୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା ସମ୍ପାଦକ ଙ୍କ ପର ଲେକ,

ଦିଲ୍ଲୀ,(ଏସ.ଏମ.ପି):- ଦିଲ୍ଲୀରେ ଶ୍ରୀ ନୀଳାଚଳ ସେବା ସଙ୍ଘ ଗଠନ ସହ ବିଭିନ୍ନ ସମୟରେ ଏହାର ବିଭିନ୍ନ ପଦ ପଦବୀ ର ଦାୟିତ୍ୱ ନେଇ ନିଷ୍ଠା ର ସହ କାର୍ଯ୍ୟ ତୁଲାଇ ଆସିଥିବା, ଦିଲ୍ଲୀ ର ସ୍ଥାନୀୟ ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ନିର୍ମାଣ ର ଅନ୍ୟତମ ପ୍ରମୁଖ କର୍ଣଧାରା,,ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ଦେବ ଙ୍କ ଭକ୍ତ ତଥା ଆଶ୍ରିତ, ଦିଲ୍ଲୀ ର ପ୍ରବାସୀ ଓଡ଼ିଆ ମାନଙ୍କ ଆଦରର ଧନି ଭାଇ ତଥା ପ୍ରଖ୍ୟାତ ଓଡ଼ିଆ କଣ୍ଟ୍ରାକ୍ଟର ଦୁର୍ଯ୍ୟୋଧନ ପ୍ରଧାନ ଆଜି ଆଉ ଆମ ଗହଣ ରେ ନାହାନ୍ତି. ଭୁବନେଶ୍ୱର ର ଏକ ବେ ସରକାରୀ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଗତକାଲି ତାଙ୍କ ପରଲୋକ ହୋଇଯାଇଛି. ମୋ ଦ୍ୱାରା ରଚିତ ଦିଲ୍ଲୀ ଶ୍ରୀ ଜଗନ୍ନାଥ ମନ୍ଦିର ର ସମ୍ପୂର୍ଣ ଇତିହାସ ପୁସ୍ତକ ଲେଖିବା ଦିଗରେ ତାଙ୍କ ଠାରୁ ପାଇଥିବା ଆଶୀର୍ବାଦ, ପ୍ରେରଣା, ସହାଯ୍ୟ ସହଯୋଗ ମୁ ଏ ଜୀବନ ଥିବା ଯାଏ ଭୁଲି ପାରିବିନି.ମୋ ପ୍ରତି ଥିଲା ତାଙ୍କର ଅନାବିଳ ସ୍ନେହ,ସବୁବେଳେ ହସି ହସି ମୋ ସlଙ୍ଗରେ କଥା କହନ୍ତି , ମନ୍ଦିର ଦାୟିତ୍ୱ ରୁ ଅବ୍ୟାହତି ନେବା ପରେ ମଧ୍ୟ ବେଳେବେଳେ ମୁ ତାଙ୍କୁ ସାକ୍ଷାତ କରିବା ପାଇଁ ଘରକୁ ଗଲେ ଚା, ପାଣି ଦେଇ ଚର୍ଚ୍ଚା କରିବା ସହ ମନ୍ଦିର କଥା, ବହି ଲେଖା କେତେ ଦୂର ଗଲା ପଚାରନ୍ତି. ତାଙ୍କୁ ବଚନ ଦେଇଥିଲି ଗତ ରଥଯାତ୍ରା 2024 ରେ ଯେଉଁଭଳି ଭାବେ ହେଉ ପୁସ୍ତକ ଟି ଲୋକାର୍ପଣ କରିବା କିନ୍ତୁ ସେହି ଦିନ ଠିକ ସମୟ ରେ ଆପଣ ଉପସ୍ଥିତ ରହିବେ. ମୋ କଥା ରେ ସେ ରାଜି ହୋଇଥିଲେ, ଏବଂ ଅସୁସ୍ଥତା ସତ୍ୱେ ସେ ପବିତ୍ର ରଥଯାତ୍ରା ଦିନ ମନ୍ଦିର କୁ ଆସିଥିଲେ ଏବଂ ତାଙ୍କ ଦ୍ୱାରା ବହି ଟି ମଧ୍ୟ ଲୋକାର୍ପିତ ହୋଇଥିଲା.ମୋ କହିବା, ଲେଖିବା ତ୍ରୁଟି ଦେଖିଲେ ଅନେକ ସମୟରେ ସେ ସଂଶୋଧନ କରନ୍ତି.ତାଙ୍କର ନୀତିବାଣୀ, ମନ୍ଦିର ପରିଚାଳନା କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞାତା,ତାଙ୍କର ସମୟlନୁବର୍ତ୍ତୀତା, ନିଷ୍ଠା, ସ୍ନେହ,ସବୁଦିନ ପାଇଁ ମୋର ମନେ ରହିବ. ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ବେଳେ ତାଙ୍କର କେବଳ ଗୋଟିଏ ପଦ କଥା ଆଜି ମତେ ମନେପଡେ, ସେ କହୁଥିଲେ ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ର ନିର୍ମାଣ କେବଳ ଓଡ଼ିଆ ଙ୍କ ଦ୍ୱାରା ହିଁ ନିର୍ମାଣ ହେବ.(ଅନ୍ୟ ମାନେ ଯିଏ ପାରୁଛନ୍ତି ସାହାଯ୍ୟ ସହଯୋଗ କରନ୍ତୁ) ଯାହା ଆଜି ହୋଇପାରିଛି. ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛି. ବୋଧହୁଏ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ଥିଲା ଜୀବନ ର ଅନ୍ତିମ ସମୟ ଭିତରେ ମୋ ଦ୍ୱାରା ଲିଖିତ ବହି ଟି ତାଙ୍କ କରକମଳ ରେ ଲୋକାର୍ପିତ ହେବାର .ସବୁବେଳେ ଗୋଟିଏ କଥା ସେ କହୁଥିଲେ ,ଅଗଣିତ ସମାଜ ରେ ବାସ କରୁ ଥିବା ସମସ୍ତ ଙ୍କ ଭିତରେ ମୁ ମଧ୍ୟ ଜଣେ,ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅଗଣିତ ଭକ୍ତ ସେବକ ମାନଙ୍କ ମଧ୍ୟରୁ ମୁ ମଧ୍ୟ ଜଣେ.ଜୀବନ ର ଶେଷ ଯାଏ,ଯିଏ ନିଜକୁ ଜଣେ ଠାକୁର ଙ୍କ ସେବକ ଭାବି ଭାବି ଆଜି ଚୀର ନିଦ୍ରା ରେ ଶୋଇଯାଇଛନ୍ତି, ଆଜି ପରଲୋକରେ, ଯିଏ ସବୁଦିନ ପାଇଁ ଆମ ମାନଙ୍କୁ ଛାଡି ଚାଲି ଯାଇଛନ୍ତି ସେହି ବିଶ୍ୱନିୟନ୍ତା କାଳିଆ ଠାକୁର ତାଙ୍କ ଆତ୍ମା କୁ ଶାନ୍ତି ରେ ରଖନ୍ତୁ.ଏବଂ ପରିବାର ବର୍ଗ ଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ. ଏତିକି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା.ଓଁ ଶାନ୍ତି, ଶାନ୍ତି, ଶାନ୍ତି.

You might also like
error: Content is protected !!