୧୬ ଥାନ ବୈଠକରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ନୟାଗଡ(ପ୍ରଭାକର ଶିରୋମଣି ),:-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତରେ ଅବସ୍ଥିତ ମଝିସାହି ପାଟଣା ସାହିର ମୁଖ୍ୟ ବ୍ୟକ୍ତି ତଥା ନିଖିଳ ଉତ୍କଳ ପୁଟୁଳି ବଣିକ ସମାଜ ସଭାପତି ସ୍ବର୍ଗତ ନବକିଶୋର ସାହୁଙ୍କ ତିରୋଧାନ ରେ ଏକ ଶ୍ରଦ୍ଧାଞ୍ଜଳି ସଭା କଣ୍ଟିଲୋ ନୀଳମାଧଵ ମନ୍ଦିର ସିଂହ ଦ୍ୱାର ନିକଟରେ ଥିବା ତାଙ୍କ ବାସ ଗୃହ ସମ୍ମୁଖରେ ଗୁରୁବାର ଅନୁଷ୍ଠିତ ହୋଇଥିଲା l ଆୟୋଜିତ ଏହି ସଭାରେ ଖଣ୍ଡପଡା ନୟାଗଡ, ରାଜସୁନାଖଳା, ରଣପୁର, ସିକୋ, ବଡମ୍ବା, ବାଙ୍କୀ, ପିପିଲି, ଭୁବନେଶ୍ୱର, ନହରକଣ୍ଟା , ମାଟିଆ ପଡା, କଖଡ଼ି ., ଦର୍ପଣୀ, ବଲାଙ୍ଗୀର, ରଥିପୁର ଓ ଘୋରଡ଼ିଆ ଅଞ୍ଚଳର ଥାନୀ ଭାଇ ମାନେ ଯୋଗ ଦେଇ ସ୍ବର୍ଗତ ଆତ୍ମାର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ l ୧୬ ଥାନ ପୁଟୁଳି ବଣିକ ସମାଜ ର ଉପ ସଭାପତି ଅର୍ଜୁନ କୁମାର ସାହୁ, ସମ୍ପାଦକ କୈଳାସ ଚନ୍ଦ୍ର ସାହୁ ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ କୋଷାଧ୍ୟକ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇ ସମସ୍ତ ଥାନ ପତି ମାନଙ୍କୁ ମର୍ଯ୍ୟଦା ସ୍ୱରୂପ ଉତ୍ତରୀୟ ପ୍ରଦାନ କରି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ନବକିଶୋର ସାହୁଙ୍କ ବଡ ପୁଅ ଜିତେନ୍ଦ୍ର କୁମାର ସାହୁ ଓ ସାନପୁଅ ମନୋଜ କୁମାର ସାହୁ ଉପସ୍ଥିତ ଥିଲେ l ଏହି ସଭାରେ ୧୬ ଥାନ ପକ୍ଷରୁ ପ୍ରଭାକର ଶିରୋମଣି, ଶରତ ଚନ୍ଦ୍ର ମହାରଣା, ଉଜ୍ୱଳ ମହାରଣା ରାମଚନ୍ଦ୍ର କାଣ୍ଟି, ନବକିଶୋର ବେହେରା, ବିଜୟ କୁମାର ମିଶ୍ର, ଅଖିଳ କୁମାର ମହାରଣା ଓ ଅଞ୍ଜଳି ସାହୁଙ୍କୁ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା l