ବିଜେପିର ବିଜୟ ଉତ୍ସବ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ଦିଲ୍ଲୀର ଐତିହାସିକ ବିଜୟକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଗାନ୍ଧୀ ନଗର ଛକ ଠାରେ ବିଜୟ ଉତ୍ସବ ପାଳନ କରାଯାଇଛି। ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ସୁଶାସନ ଦେବାକୁ ଯାଉଛି l ଯେଉଁଠାରୁ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ ଭବିଷ୍ୟତ ଆରମ୍ଭ କରିଥିଲା ୧୨ ବର୍ଷ ପରେ ଏହି ଦଳକୁ ଦିଲ୍ଲୀବାସୀ ପରାଜୟର ସ୍ଵାଦ ଚଖାଇଛନ୍ତି l ମିଷ୍ଠାନ ବାଣ୍ଟିବା ସହ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,କାହ୍ନୁ ଚରଣ ପତି, ପ୍ରଭାତ କିରଣ ଷଡ଼ଙ୍ଗୀ,ତୁତୁନ୍ ପାତ୍ର,ଶିବ ଶଙ୍କର ନାୟକ,ସୋମନାଥ ପାତ୍ର,କେ.ରବି ରାଓ,ମଦନ ମୋହନ ପାତ୍ର,କୁଞ୍ଜବିହାରୀ ପଣ୍ଡା,ସୁନୀଲ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।