ନୂତନ ଏସବିଆଇ ଶାଖା ଉଦଘାଟିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ଜିଲ୍ଲା କୋର୍ଟ ପରିସରରେ କୋର୍ଟ କ୍ୟାମ୍ପସ ନୂତନ ଏସବିଆଇ ଶାଖା ଶୁଭାରମ୍ଭ ହୋଇଛି l ହାଇକୋର୍ଟର ବିଚାରପତି ବିଭୁ ପ୍ରସାଦ ରାଉତରାୟ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l ଏହି ଅବସରରେ ଜିଲ୍ଲା ଜଜଙ୍କ ସମେତ ବରିଷ୍ଠ ଓ କନିଷ୍ଠ ବିଚାରପତି ଉପସ୍ଥିତ ଥିଲେ l ଆଞ୍ଚଳିକ ମ୍ୟାନେଜର ହରିକୃଷ୍ଣ ପଣ୍ଡାଙ୍କ ସମେତ ଅଧିକାରୀ ରାଧା କୃଷ୍ଣ ଆଚାର୍ଯ୍ୟ ଏହାକୁ ପରିଚlଳନରେ ସହଯୋଗ କରିଥିଲେ l ବରିଷ୍ଠ ଆଇନଜୀବୀ ଟି କେ ରେଡ୍ଡୀ , ଶିଶିର ପାଢ଼ୀ, ପିତବାସ ପଣ୍ଡା,ମୋହନ ସିଙ୍ଗାରି, କପିଳ ପଟ୍ଟନାୟକ,ନୟନ ଚନ୍ଦ୍ର ମହାପାତ୍ର, ବିରଞ୍ଚି ନାରାୟଣ ମହାପାତ୍ରଙ୍କ ସମେତ ବହୁ ଓକିଲ ଏହି ଅବସରରେ ଉପସ୍ଥିତ ଥିଲେ l

You might also like
error: Content is protected !!