ବାଇକ୍ କୁ ଧକ୍କା ଦେଲା କାର:୨ଗୁରୁତର
କୁକୁଡ଼ାଖଣ୍ଡି(ଇ.ରଞନ):,୮/୨ ସଦର ଥାନା ଅଧୀନ କୁକୁଡ଼ାଖଣ୍ଡି ହନୁମାନ ମନ୍ଦିର ସାମ୍ନାରେ ଶନିବାର ଅପରାହ୍ନ ରେ ବାଇକ୍ କୁ ଧକ୍କା ଦେଲା କାର । ଉଭୟ କାର ଚାଳକ ଏବଂ ବାଇକ୍ ଚାଳକ ଗୁରୁତର ଥିବା ଜଣା ପଡ଼ିଛି। ବାଇକ୍ ଆରୋହୀ ଜଣକ ଗାଡ଼ି ନମ୍ବର (ଓଡ଼ି୧୮ଏଫ୍୫୯୭୫) ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ବ୍ରହ୍ମପୁର ରୁ ଭଞ୍ଜନଗର ଯାଉଥିବା ଏକ କାର(ଓଡ଼ି୧୦କେ୬୭୦୦) ବାଇକ୍ କୁ ଧକ୍କା ଦେଇଛି। ଖବର ଲେଖା ପର୍ଯ୍ୟନ୍ତ ବାଇକ୍ ଆରୋହୀ ଜଣଙ୍କ ପରିଚୟ ମିଳିନଥିବା ବେଳେ କାର ଚାଳକ ର ମଧ୍ୟ ପରିଚୟ ମିଳି ପାରିନାହିଁ। ତେବେ କାର ରେ ଚାଳକ ଙ୍କ ସମେତ ୩ ଜଣ ବସିଥିବା ଜଣାପଡିଛି। କାର ଚାଳକ ଗୁରୁତର ହୋଇଥିବା ବେଳେ ବସିଥିବା ୩ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି । ବସିଥିବା ୩ ଯାତ୍ରୀ ଭଞ୍ଜନଗର ଅଞ୍ଚଳ ର ବୋଲି ଜଣା ପଡ଼ିଛି। ସ୍ଥାନୀୟ ଲୋକେ ଉଭୟ ଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିଲେ। ଖବର ପାଇ ସଦର ପୋଲିସ ପହଞ୍ଚି ଘଟଣା ସ୍ଥଳରୁ ଦୁର୍ଘଟଣା ହୋଇଥିବା ଉଭୟ ଗାଡ଼ି କୁ ଜବତ କରିଛି। ପୋଲିସ ପକ୍ଷରୁ ସୂଚନା ମିଳିପାରି ନଥିବାବେଳେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।