ହନୁମାନ ମନ୍ଦୀରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର.(ଭଗବାନ ଦାସ):-ଲାଞ୍ଜିପଲି ନୂଆଁ ବନ୍ଧହିଡ଼ ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଧର୍ମlଲା ଲୋକନାଥ ରେଡି ଙ୍କ ୭ମ ମହାପ୍ରୟାଣ ଦିବସ ଉପଲକ୍ଷେ ୩ଦିନ ବ୍ୟାପି ଆଧ୍ୟାତିଙ୍କ କାର୍ଯ୍ଯ କ୍ରମର ପୂର୍ଣ୍ଣାହୁତି ହୋଇଯାଇଛି। ଦିବ୍ୟ ଜୀବନ ସଂଘ ଲାଞ୍ଜିପଲି ଶାଖା ର ପ୍ରତିଷ୍ଠାତା ସ୍ଵାମୀ ହରି ଶରଣlନନ୍ଦ ସରସ୍ବତୀ ମହାରାଜ କଥାବlଚକ ଭାବେ ଆଶିର୍ବଚନ ପ୍ରଦାନ କରିଥିଲେ । ଧର୍ମl ଲା ଚିନିମା ରେଡିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ପ୍ରଥମ ଦିବସର ମୂଖ୍ୟ ଅତିଥି ଭାବେ ବି. ଏଚ. ପି ର ମୂଖ୍ୟ ସମ୍ପର୍କ ପ୍ରଭାରୀ ଈ ଅଶୋକ କୁମାର ପାଳ, ସମ୍ମାନୀୟ ଅତିଥି ଭାବେ ବଡିଆଉସ୍ତl ଦିବ୍ୟ ଜୀବନ ସଂଘ ଶାଖାର ସଭାପତି ପୂଜ୍ୟ ସ୍ୱାମୀ ରାମଦାସl ନନ୍ଦ ସରସ୍ବତୀ. ଏବଂ ବି.ଏଚ.ପି ର କାର୍ଯ୍ଯକାରି ସଦସ୍ୟ ରମାକାନ୍ତ ରଥପ୍ରମୁଖ ଯୋଗ ଦେଇଥିଲେ।ଦ୍ଵିତୀୟ ଦିବସରେ ସମାଜସେବୀ ତଥା ସାମ୍ବାଦିକ ସୁଦିପ କୁମାର ସାହୁ, କଣ୍ଠଶିଳ୍ପୀ ପ୍ରଭାତ କୁମାର ପାତ୍ର, ବ୍ରହ୍ମପୁର ଶାଖାର ସମ୍ପାଦକ କପିଳେନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ପ୍ରଦୀପ ଓଁକାର ପ୍ରମୁଖ ଯୋଗ ଦେଇଥିବା ବେଳେ ତୃତୀୟ ଦିବସରେ ପୂଜ୍ୟ ସ୍ଵାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ପୂଜ୍ୟ ସ୍ୱାମୀ ଓମାନନ୍ଦ ସରସ୍ବତୀ, ପୂଜ୍ୟ ସ୍ୱାମୀ ଅଖିଳl ନନ୍ଦ ତୀର୍ଥ, ସମନ୍ଵୟ ସମିତି ର ଉପସଭାପତି କୁଞ୍ଜ ବିହାରୀ ପାଢ଼ୀ, କୋଷlଧକ୍ଷ ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ପୂଜ୍ୟ ସ୍ୱାମୀ ହରି ଶରଣlନନ୍ଦ ସରସ୍ବତୀ ମହାରାଜ ଉପସ୍ଥିତ ରହି କହିଥିଲେ ଜୀବନର ଲକ୍ଷ ଧନ,ମାନ, ସମ୍ମାନ ର ପ୍ରାପ୍ତି ନିମନ୍ତେ ସାଧନା କରିବା ଉଚିତ ନୁହେଁ, ଭଗଵତ ପ୍ରାପ୍ତି ନିମନ୍ତେ ମନ ମସ୍ତିସ୍କ ଓ ପ୍ରାଣକୁ ଏକ କରି ବ୍ୟାକୁଳ ହୋଇ ସାଧନା, ଆରାଧନା ଉପାସନା କରିବା ଦ୍ୱାରା ଈଶ୍ୱର ସାକ୍ଷାତକାର ପ୍ରାପ୍ତି ହୋଇଥାଏ l ସଭାପତି ସହଦେବ ପାତ୍ର, ମନ୍ଦିର ର ସମ୍ପାଦକ ପ୍ରଭାକର ସାବତ,କଣ୍ଠ ଶିଳ୍ପୀ ବି ରାମଚନ୍ଦ୍ର ପାତ୍ର, କେ ସୁବlରଓ, ରଘୁନାଥ ପାତ୍ର, ନlଦିଆରlଣି, ଧର୍ମl ସାହୁ, ପ୍ରଦୀପ ମହାରଣା, କ୍ରିଷ୍ଣା, ବି ସରୋଜିନୀ, ଶିବାନନ୍ଦ ଆଚରି, ଡି ମଙ୍ଗlମା, ବି ଚନ୍ଦ୍ର ଶେଖର ରେଡି ପ୍ରମୁଖ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୨୦୦ସହ ରୁ ଉର୍ଦ୍ଧ ସାଧକ ସାଧିକl ଭକ୍ତ ଓ ଗୁରୁ ଭାଇ ଉପସ୍ଥିତ ଥିଲେ । ପରିଶେଷରେ ଡି ଚିନିମl ରେଡି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

You might also like
error: Content is protected !!