ମହାକୁମ୍ଭ ମେଳାରେ ସ୍ବଶକ୍ତି ଜଗାରଣ ସେବା ସଂସ୍ଥାନର ଧର୍ମ ଜାଗରଣ
ଭୁବନେଶ୍ୱର(ଏସ.ଏମ.ପି):-ମହାକୁମ୍ଭ ମେଳାରେ ସ୍ବଶକ୍ତି ଜଗାରଣ ସେବା ସଂସ୍ଥାନର ଧର୍ମ ଜାଗରଣ। ସନାତନ ଧର୍ମର ଶ୍ରେଷ୍ଠ ଏବଂ ସର୍ବବୃହତ ଆସ୍ଥା ଓ ବିଶ୍ବାସର ସ୍ନାନ ମହାକୁମ୍ଭ ସ୍ନାନ। ପ୍ରତ୍ୟେକ ଛଅବର୍ଷ ଓ ବାରବର୍ଷର ଏହି ମେଳାକୁ ଅର୍ଦ୍ଧ କୁମ୍ଭ ଓ ମହାକୁମ୍ଭ ମେଳା ରୂପେ କାହିଁ କେଉଁ ଅବାହମାନ କାଳରୁ ପାଳନ ହୋଇ ଆସୁଅଛି।ଜାନୁଆରି ମାସ ୧୩ ତାରିଖ ଠାରୁ ଆରମ୍ଭ ହୋଇ ପେବୃଆରୀ ୨୬ତାରିଖ ମହାଶିବ ରାତ୍ର ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ପ୍ରୟାଗରାଜ ରେ ଅନୁଷ୍ଠିତ ହେବାକୁଥିବା ଏହି ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ବୁଡ ପକାଇ ଗଙ୍ଗା ଜମୁନା ଓ ସରସ୍ଵତୀ ମାତାଙ୍କର ଆଶୀର୍ବାଦରେ ନିଜ ନିଜ ପୁଣ୍ୟପ୍ରାପ୍ତି ହେବେ ବୋଲି ବିଶ୍ୱାସ।କଥିତ ଅଛି କୁମ୍ଭମେଳା ମଧ୍ଯରେ ପଡୁଥିବା ମକର ସଂକ୍ରାନ୍ତି,ପୁଷ ପୂର୍ଣମୀ ,ମୌନି ଅମାବାସ୍ୟା,ବସନ୍ତ ପଞ୍ଚମୀ,ମାଘ ପୂର୍ଣିମା ଓ ମହାଶିବ ରାତ୍ରର ସ୍ନାନ ଓ ଅନ୍ଯତମ।ଏହି ଦିନ ମାନଙ୍କରେ ତ୍ରିବେଣୀ ସଙ୍ଗମ ରେ ସ୍ନାନ କଲେ ଜନ୍ମାନ୍ତର ର ପାପ କ୍ଷୟ ହେବାସହ ମୋକ୍ଷପ୍ରାପ୍ତି ମିଳିଥାଏ ବୋଲି ବିଶ୍ୱାସ।
ବ୍ରହ୍ମପୁର ସହରର ପ୍ରତିଷ୍ଠିତ ଆଧ୍ୟତ୍ମିକ ଓ ଜନସେବାରେ ନିୟୋଜିତ ଅନୁଷ୍ଠାନ ସ୍ବଶକ୍ତି ଜାଗାରଣ ସେବା ସଂସ୍ଥାନ।ଏହି ସଂସ୍ଥା କେବଳ ଧର୍ମ ଜାଗରଣ ଓ ଧର୍ମ ପ୍ରଚାରରେ ସିମୀତ ନରହି ବିଭିନ୍ନ ସମୟରେ ବିଭିନ୍ନ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ମାନ ହାତକୁ ନେଇ ବେଶ ପ୍ରଶଂସିତ।ସଂସ୍ଥାନର ପ୍ରତିଷ୍ଠାତା ସଦଗୁରୁଦେବ ପୂଜ୍ଯ ଶ୍ରୀକ୍ରିଷ୍ଣା ଭୈୟାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୦୦୮ ମଣ୍ଡଳେଶ୍ବର ପୂଜ୍ଯ ଲକ୍ଷ୍ମଣ ଦାସ ମହାରାଜାଙ୍କ ସହଯୋଗରେ। ବୃନ୍ଦାବନ ନିବାସୀ ସ୍ବାମୀ ବିଶୁଦ୍ଧାନନ୍ଦ ମହାରାଜାଙ୍କ ଭାଗବତ କଥାମୃତ ଚଳିତ ମାସ ୨୨ ତାରିଖ ଠାରୁ୨୮ ତାରିଖ ପର୍ଯ୍ଯନ୍ତ ମହାସମାରୋହରେ ପାଳିତ ହୋଇଥିଲା। ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ମହାକୁମ୍ଭରେ ସଂସ୍ଥାନ ତରଫରୁ ଖାଲସା (ଶିବିର)ନିର୍ମାଣ କରି ।ପ୍ରତ୍ୟେହ ଧର୍ମ ପ୍ରଚାର ନାମ ସଂକୀର୍ତ୍ତନ ସହ ସାଧୁ ସନ୍ଥଙ୍କ ସେବାରେ ନିୟୋଜିତ କରାଇଛନ୍ତି। ଏହି ଖାଲସାରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରଦ୍ଧାଳୁ ଶିବିରରେ ଯୋଗଦାନ କରି ପୂଜ୍ଯ ଗୁରୁଦେବଙ୍କ ଆଶୀର୍ବାଦ ଲାଭ କରି ପରମତୃପ୍ତି ପ୍ରାପ୍ତ ହୋଇ ନିଜକୁ ଧନ୍ଯ ମନେ କରନ୍ତି।ଦେଶର କୋଣ ଅନୁକୋଣ ରୁ ଆସିଥିବା ସାଧୁସନ୍ଥଙ୍କ ଆଶୀର୍ବାଦ ଓ ପ୍ରସାଦ ସେବନର ସୁଯୋଗ ଓ ଗୁରୁଭାଇ ଓ ଭଉଣୀମାନଙ୍କ ସହଯୋଗ ର ସୌଭାଗ୍ଯ ଲାଭ ଲଭିବା କେବଳ ଅନୁଭବୀ ହିଁ ଜାଣେ।