ରାଷ୍ଟ୍ରପତଙ୍କ ବିରୁଦ୍ଧରେ ଅପମାନ ଜନକ ମନ୍ତବ୍ୟ ନେଇ ମୋହନାରେ ପ୍ରତିବାଦ ସହ କୁଶପୁତ୍ତଳିକା ଦାହ

ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଆଜି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ୍ ଠାରେ ବିଜେପି ନେତା ତଥା ବିଧାୟକ ପାର୍ଥି ପ୍ରଶାନ୍ତ ମଲ୍ଲିକ ଙ୍କ ନେତୃତ୍ୱରେ ଅନେକ ଦଳୀୟ କର୍ମୀ ମାନଙ୍କ ସହ ସହର ପରିକ୍ରମା କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତଥା ରାହୁଲ ଗାନ୍ଧୀ ଙ୍କ ବିରୋଦ୍ଧରେ ନାରାବାଜି କରି ତାଙ୍କରି କୁଶପୁତ୍ତଳିକା ଦାହ କରିଛନ୍ତି । ଦେଶର ପ୍ରଥମ ନାଗରିକ ମହାମାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ କିଛି ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଯାହାକୁ ନେଇ ଆଜି ସାରା ଦେଶ ରେ ଏକ ପ୍ରକାର ଅଶାନ୍ତ ର ବାତାବରଣ ଖେଳି ଯାଇଛି । ଅନେକ ସ୍ଥାନରେ ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ସେହିଭଳି ଆଜି ମଧ୍ୟ ଗଜପତି ଜିଲ୍ଲା ଆର ଉଦୟଗିରି ଠାରେ ତାଙ୍କରି କୁଶପୁତ୍ତଳିକା ଦାହ କରାଯାଇଛି । ଏଥିରେ ପ୍ରଶାନ୍ତ ମଲ୍ଲିକ ଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ତପନ କୁମାର ନାୟକ ଙ୍କ ସହ ଅନେକ ବିଜେପି କର୍ମୀ ଯୋଗଦେଇ ଏହି ପ୍ରତିବାଦକୁ ସଫଲ କରିଥିଲେ ।

You might also like
error: Content is protected !!