ବିଶିଷ୍ଟ କଳାକାରଙ୍କ ମୃତ୍ୟୁରେ ଶୋକ ସଭା 

ନୟାଗଡ(ପ୍ରଭାକର ଶିରୋମଣି,,୧/୨):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ମଝି ସାହି ପାଟଣା ନିବାସୀ ସ୍ବର୍ଗତ ନବ କିଶୋର ସାହୁ ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଏକ ଶୋକସଭା ଅଞ୍ଜନ କୁମାର ମହାରଣା ଙ୍କ ସଭାପତିତ୍ବ ରେ ଶୁକ୍ରବାର ରାଧା ମୋହନ ଯୁବ କ୍ଲବ ଗୃହରେ ଅନୁଷ୍ଠିତ ହୋଇଥିଲା l ସ୍ବର୍ଗତ ସାହୁ ବାଲ୍ୟ ଜୀବନରେ ଜଣେ ପରୋପକାରୀ, ଶାନ୍ତ ସରଳ, ବନ୍ଧୁ ବତ୍ସଳ, ସ୍ନେହୀ, ସଂଗଠକ ଓ ଲୋକ ପ୍ରିୟ ବ୍ୟକ୍ତି ଥିଲେ l କଣ୍ଟିଲୋ କୁଞ୍ଜ ବିହାରୀ ଉଚ୍ଚ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ l ଏହା ପୂର୍ବରୁ ସେ ଜଣେ ସମାଜ ସେବୀ ଓ ନାଟ୍ୟ କଳାକାର ତଥା କମେଡି ଅଭିନୟ କରି ତତ୍କାଳୀନ ଶ୍ରୀ ନୀଳମାଧଵ ସାଂସ୍କୃତିକ ପରିଷଦ ଓ ଗ୍ରାମରେ  ସୁନାମ ଅର୍ଜନ କରି ବାରମ୍ବାର ପୁରସ୍କୃତ ହୋଇଥିଲେ l ଏହି ଅବସରରେ ଉପସ୍ଥିତ ଗ୍ରାମବାସୀ ଚିତ୍ତରଞ୍ଜନ ସାହୁ ( ଫକୀର ) ସୁଦର୍ଶନ ସାହୁ,ବିରଞ୍ଚି ନାରାୟଣ ସାହୁ, କପିଳ ସାହୁ, ଚିତ୍ତ ସାହୁ, ସନ୍ତୋଷ କୁମାର ନାୟକ, ଶରତ କୁମାର ସାହୁ ଓ ରଘୁନାଥ ସାହୁ ପ୍ରମୁଖ ୪୦ ରୁ ଉର୍ଦ୍ଧ୍ୱ   ସଭ୍ୟ ସ୍ବର୍ଗତ ସାହୁଙ୍କର ସ୍ମୃତି ଚାରଣ କରି ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସଙ୍ଗେ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ l  

Smart Computer Ad
You might also like
error: Content is protected !!