ତାରା ତାରିଣୀ ମହାବିଦ୍ୟାଳୟ ରେ ଚାଲିଥିବା ବିଲଡିଙ୍ଗ କାମ ନିମ୍ନ ମାନର,:କବିସୂର୍ଯ୍ୟ ନଗର ବିଧାୟକ
ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁରର ତାରାତାରିଣୀ ମହାବିଦ୍ୟାଳୟ ରେ ହେଉଥିବା ଗୃହ ବିଲଡିଙ୍ଗ କାମ ନିମ୍ନ ମାନର ବୋଲି ତାଗିଦ କଲେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ | ହଠାତ କୋର୍ଟ କାର୍ଯ୍ୟକ୍ରମ କୁ ଆସି ମହା ବିଦ୍ୟାଳୟ ଅଧକ୍ଷ ଙ୍କ ସହିତ କଥା ବାର୍ତ୍ତା ବେଳେ କିଛି ଲୋକ ବିଲଡିଙ୍ଗ ନିମ୍ନ ମାନର କାମ ହେଉଛି ଏବଂ ଶସ୍ତା ସିମେଣ୍ଟ ସହିତ ଶସ୍ତା ଲୁହା ଖାଡ଼ି, ରେ ଘର ତିଆରି କରାଯାଉ ଥିଲା ବେଳେ ତିଆରି କାମରେ ପାଣି ପକାଯାଉନଥିବା , ଏବଂ ପିଲାଙ୍କ ନିମନ୍ତେ ପାଣି ପିଇ ବାକୁ ହେଉଥିବା ପାନୀୟ ଜଳ ଘର ର ଛାତ ମଧ୍ୟ ନିମ୍ନ ମାନର ଯୋଗୁଁ କିଛି ଅଂଶ ଭୁଶୁଡି ଯାଇ ଥିଲା ବୋଲି ଅଭିଯୋଗ ପରେ ବିଧାୟକ ସେହିସ୍ତାନ କୁ ଯାଇ ତନ୍ନ, ତନ୍ନ କରି ବୁଲି ଦେଖି ବିରକ୍ତ ପ୍ରକାଶ କରିବା ସହ ଏହାକୁ ଭାଙ୍ଗି ଭଲ ଖାଡି ଏବଂ ଭଲ ସିମେଣ୍ଟ ରେ ତିଆରି କରିବାକୁ କହିଥିଲେ |
ତେବେ ତଳ ଘର ପାଇଁ 50 ଲକ୍ଷ ଏବଂ ଉପର ଘର ନିମନ୍ତେ 50 ଲକ୍ଷ ଟଙ୍କା ସଂକସେନ ହୋଇ ଥିଲା | ମାଧବ ପଣ୍ଡା ବିଜ୍ଞାନ ଭବନ ନିର୍ମାଣ ପାଇଁ2017 ମସିହା ରେ 15 ଲକ୍ଷ ଟଙ୍କା ବ୍ୟୟରେ ଯେଉଁ ସ୍ଥାନ ରେ ଠିକ ହୋଉଥିଲା ସେଠାରେ ନହୋଇ ଅନ୍ୟ ସ୍ଥାନରେ କାହିଁକି ହେଲା ଏଇଥିରେ କେଉଁମାନେ ସମୃକ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ତାହା ଉପରେ ତଦନ୍ତ ହେଉ ବୋଲି ଜନ ସାଧାରଣ ବିଧାୟକ ଙ୍କ ପାଖରେ ଦାବି କରିଥିଲେ | ପାଣିଟାଙ୍କି ନିମନ୍ତେ ମେସିନ ସହ ମିଶି ଅନୁମାନିକ ମୂଲ୍ୟ 10ଲକ୍ଷ ଟଙ୍କାର ହୋଇ ଥିଲା ବେଳେ ଅନ୍ୟନ୍ୟ ଘର ପାଇଁ ଏକ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇ ଥିବାର ବଜେଟ ରୁ ଜଣା ପଡୁଛି | ତେବେ ବିଧାୟକ ଙ୍କ ତାଗିଦ ପରେ କାମ କେତେଦୂର ଅଗ୍ରଗତି ହେଉଛି ତାହାକୁ ଦେଖିବାକୁ ବାକି ରହିଲା |