ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ନୟାଗଡ (ପ୍ରଭାକର ଶିରୋମଣି ):-ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ମାଧବ ଚୌଧୁରୀ ପାଟଣା ନୀଳମାଧଵ ବିହାର ଠାରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ଵାବିଂଶ ତମ ବାର୍ଷିକ ଉତ୍ସବ ଆଜି ୩୦ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି l ଏତଦ ଉପଲକ୍ଷେ ଆୟୋଜିତ ଏକ ସଭାରେ ସମସ୍ତ ଛାତ୍ର ଛାତ୍ରୀ ଓ ସେମାନଙ୍କର  ପରିବାରମାନେ ଯୋଗ ଦେଇଥିଲେ l 
        ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଢିବା ପାଇଁ ଗୁରୁଜୀ ଓ ଗୁରୁ ମା ‘ ମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ରହିଛି ଓ ଗୋଟିଏ ଭଲ ମଣିଷ ଭାବେ ପିଲା ମାନଙ୍କୁ ସତ ମାର୍ଗରେ ପରିଚାଳିତ କରିବାକୁ ବିଧାୟକ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ l ଅପର ପକ୍ଷରେ ମୁଖ୍ୟ ବକ୍ତା ଭାବରେ କଟକ ଲୋକସଭା ସାଂସଦ ଖଣ୍ଡପଡା ବ୍ଳକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂ,ଓ ସମ୍ମାନିତ ଅତିଥି ଭାବେ କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ, କଣ୍ଟିଲୋ ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା ଏବଂ ସମାଜ ସେବୀ ଅଖିଳ କୁମାର ମହାରଣା ଯୋଗ ଦେଇ କୋମଳ ମତି ପିଲାମାନଙ୍କୁ ଓ ଉପସ୍ଥିତ ଥିବା ତାଙ୍କ ମାତା ପିତାଙ୍କୁ ପରାମର୍ଶ ଦେଇଥିଲେ l 
        ଏହି କାର୍ଯ୍ୟକ୍ରମ କୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ପ୍ରଦୀପ କୁମାର କର ସଭାପତିତ୍ୱ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ l ଅନୁଷ୍ଠାନ ର ମଙ୍ଗଳ କାମନା କରି ଛାତ୍ର ଛାତ୍ରୀ ମାନେ ଶୋଭା ଯାତ୍ରା ରେ ଏ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ନୀଳମାଧଵ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ l 
             ସୂଚନା ଯୋଗ୍ୟଯେ ଏହି ଅନୁଷ୍ଠାନର ତୃତୀୟ ଶ୍ରେଣୀ ଛାତ୍ର ବିଶ୍ୱଜିତ ସ୍ୱାଇଁ ମେଧା ବୃତ୍ତି ପାଇ ବିଦ୍ୟା ମନ୍ଦିରକୁ  ଗୌରବାନ୍ୱିତ କରିଥିବାରୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ବେଳେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିଵା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l

You might also like
error: Content is protected !!