ମୀନକେତନଶ୍ଵର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚନ୍ଦ୍ରପୁର(କୈଳାସ ମାଳବିଶୋଇ)-: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ମିଟିଙ୍ଗ ହଲ ପରିସରରେ ଚନ୍ଦ୍ରପୁର ତହସିଲଦାର ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ଵାକା ଯୋଗଦେଇ ଥିଲେ l ସାମ୍ନାନୀୟ ଅତିଥିଭାବେ ଜ଼ିଲ୍ଲାପରିଷଦ ସଭ୍ୟ ସୁଜିତ ବ୍ରେଡ଼େକା,ବିଷମକଟକ ଏସଡିପିଓ ଶ୍ରୀମତୀ ସନ୍ତୋଷିନୀ ଓରାମ, ଗୁଡାରି ତହସିଲଦାର ସ୍ନେହଲତା, ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋମ୍ୟକାନ୍ତ ବାଙ୍ଗାଲୋ, ଯୋଗଦେଇଥିଲେ l ତ୍ରିବେଣୀ ସଙ୍ଗମ ଶ୍ରୀ ମିନାଝୋଲା ଶୈବପୀଠ ଠାରେ ମହାପ୍ରଭୁ ଶିବ ଙ୍କର ପୂଜା ଅର୍ଚ୍ଚନା କରିବା ନିମନ୍ତେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଜନ ଗହଳି ଙ୍କୁ ଦୃଷ୍ଟି ରଖି ପ୍ରଶାସନ ତରଫରୁ ସଜାଗ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ମୁଖ୍ୟ ଉଦେଶ୍ୟ ବହୁ ଦୂର ଦୁରାନ୍ତରୁ ମହାପ୍ରଭୁ ଶ୍ରୀ ମୀନକେତନ ଙ୍କ ଠାରେ ମାନସିକ ରଖିଥାନ୍ତି l ଭକ୍ତ ମାନଙ୍କ ମାନସିକ ପୂର୍ଣ୍ଣ ହେବାପରେ ବିଭିନ୍ନ ମାନସିକ ଧାରି କୁକୁଡ଼ା, ପାରା, ଗାଇ ବଳଦ ଧରି ଶ୍ରୀ ମିନାଝୋଲା ଶିବଙ୍କ ନିକଟରେ ପହଞ୍ଚିଥାନ୍ତି ଏବଂ ମହାଶିବ ରାତ୍ରି ଦିନ ପ୍ରଭୁ ଶ୍ରୀ ମୀନକେତନଙ୍କ ତ୍ରିବେଣୀ ସଙ୍ଗମ ନଦୀ ଶ୍ରୀ ମିନାଝୋଲା ଠାରେ ମୁଣ୍ଡ ନଣ୍ଡନ କରି ବୁଡ଼ ପକାଇ ଥାନ୍ତି l ଲକ୍ଷ ଲକ୍ଷ ଲୋକ ଙ୍କ ଜନ ଗହଳି ଯେଉଁ ଭଳି ସୁରକ୍ଷା ରେ ମୀନକେତନ ସ୍ୱର ଙ୍କୁ ଦର୍ଶନ କରିପାରିବେ ସେହି ସୁରକ୍ଷା ନିମନ୍ତେ ଚନ୍ଦ୍ରପୁର ତହସିଲଦାର ଶ୍ରୀ ସାହୁ ସମସ୍ତ ବିଭାଗ କୁ ସଜାଗ ରହିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ଚନ୍ଦ୍ରପୁର ଥାନା ଆଇଆଇସି ଶ୍ରୀ ଧରଣୀଧର ପ୍ରଧାନ,ମୁନିଗୁଡା ଥାନା ଆଇଆଇସି ଶ୍ରୀମତୀ ସୌଦାମିନୀ ଦେହେରା,ଗୁଡାରି ଥାନା ଆଇଆଇସି ସମର୍ପିତା ସ୍ୱାଇ, ଅମ୍ବାଦଳା ଆଇଆଇସି କଳ୍ପନା ବେହେରା, ଚନ୍ଦ୍ରପୁର ସିଡିପିଓ ଗୀତାରାଣୀ ସାହୁ, ଚନ୍ଦ୍ରପୁର ବ୍ଲକ ଅଧିକ୍ଷକ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶ୍ରୀ ଅଭିଷେକ ନାୟକ, ଚନ୍ଦ୍ରପୁର ପଞ୍ଚାୟତ ସର।

You might also like
error: Content is protected !!