ପଦସ୍ଥ ଅଧିକାରୀ ମାନଙ୍କ ମନ୍ଦିର ପ୍ରକଳ୍ପ ମିଳିତ ପରିଦର୍ଶନ

ନୟାଗଡ( ପ୍ରଭାକର ଶିରୋମଣି ) ୨୯ l ୧ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ ରାଜ୍ୟ ସରକାର ଙ୍କ ଦ୍ୱାରା ବିକାଶ କରିବା ପାଇଁ ତତ୍କାଳୀନ ବିଜେଡି ସରକାରଙ୍କ ଆର୍ଥିକ ଅନୁଦାନରେ ଚାଲିଥିବା ବେଳେ ଏହାର ସମୀକ୍ଷା ପାଇଁ ମିଳିତ ଭାବେ ଆଜି ରାଜ୍ୟ ପ୍ରତ୍ନ ତତ୍ତ୍ୱ ବିଭାଗ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ଇଂ ଅଶ୍ବିନୀ କୁମାର ଶତପଥୀ, ପ୍ରସନ୍ନ କୁମାର ସାହୁ ଓ ରୁଦ୍ର ପ୍ରସାଦ ବେହେରା କଣ୍ଟିଲୋ ପରିଦର୍ଶନ ରେ ଆସି ପୁରାତନ କୀର୍ତ୍ତି ନୀଳମାଧଵ ମନ୍ଦିର ସୁରକ୍ଷା ଦିଗରେ ପର୍ଯ୍ୟାଲୋଚନା କରିବା ସଙ୍ଗେ ସଙ୍ଗେ ସିଂହ ଦ୍ୱାରରେ ଅବସ୍ଥିତ ଅରୁଣ ଖମ୍ବର ସ୍ଥାୟିତ୍ୱ ସମ୍ପର୍କରେ ଯନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ସୂଚନା ଯୋଗ୍ୟଯେ ଅରୁଣ ଖମ୍ବ ଦୋହଲୁ ଥିବା ଖବର q ଶ୍ରଦ୍ଧାଳୁ ମାନଙ୍କ ଠାରୁ ଜଣା ପଡିବା ପରେ ବିଭାଗୀୟ କର୍ତ୍ତ୍ତୃ ପକ୍ଷଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା l  ଅପର ପକ୍ଷରେ କଣ୍ଟିଲୋ ବିକାଶ ପ୍ରକଳ୍ପ ଦାୟିତ୍ୱ ଥିବା ଓଡିଶା ସେତୁ ନିର୍ମାଣ ନିଗମ ଉପଦେଷ୍ଟା ଜୟକୃଷ୍ଣ ଦାଶ, ମୁଖ୍ୟ ଯନ୍ତ୍ରୀ ଇଂn ଶ୍ରୀଧର ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଚୈତନ ପ୍ରସାଦ ମାଝୀ , ଏସ ଏମ  ବିପିନ ପାଢୀ ଓ ଜି ଏମ ପ୍ରଶାନ୍ତ କୁମାର ମିଶ୍ର  ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ବଂଶଲ କମ୍ପାନୀ ପକ୍ଷରୁ ମୁଖ୍ୟ ପ୍ରକଳ୍ପ   ପରିଚାଳକ ଭକ୍ତହରି ଜେନା,ସାଇଟ ମ୍ୟାନେଜର  ସୌମ୍ୟ ରଞ୍ଜନ ମଲ୍ଲିକ ଓ ପର୍ଯ୍ୟଟନ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକଳ୍ପ ର ସମୀକ୍ଷା କରିଥିଲେ l 

You might also like
error: Content is protected !!