ମୋହନା ବନବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ’ ଲଗାଇବା ପାଇଁ ସଚେତନତା ବାଇକ୍ ରାଲି

ଆରଉଦୟଗିରି(ମନୋଜ କୁମାର ପାଢୀ):-ଆଜି ସକାଳ ୧୦ ଘଣ୍ଟ ସମୟରେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଙ୍କ ତତ୍ତ୍ଵାବଧାନରେ ୨୦ ଗୋଟି ବାଇକ୍ ଯୋଗେ ଜଙ୍ଗଲ ରେ ନିଆଁ ନ ଲଗାଇବା ପାଇଁ ସଚେତନ ଶୋଭାଯାତ୍ରା କରିଥିଲେ। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମୋହନା ଠାରୁ ଡେଙ୍ଗେସଖାଲ,ଗୁଲୁବା,ବିରିକୋଟ, ନଳାଘାଟ ଓ ଖାରିଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରାଇଥିଲେ।ଜଙ୍ଗଲ ରେ ନିଆଁ କୁ କିଭଳି ଦୂରେଇ ରଖିବା,ନିଜ ପରିବେଶକୁ କିପରି ସୁରକ୍ଷିତ ରଖିବା,ଗଛ ଲଗାଇବା ଭଳି ସ୍ଲୋଗାନ ଦେଇ ବାଇକ୍ ଯୋଗେ ଶୋଭାଯାତ୍ରା କରିଥିଲେ।ଏହି ଶୋଭାଯାତ୍ରା ରେ ମୋହନା ବନାଞ୍ଚଳ ଅଧିନସ୍ଥ ମୋହନା ବନପାଳ ଦେବାଶିଷ ଶତପଥୀଙ୍କ ସମେତ ଅଡବା ବନପାଳ,ପାଣିଗଣ୍ଡା ବନପାଳ, ନଳାଘାଟ ବନପାଳଙ୍କ ସହ ଅଗ୍ନି ରକ୍ଷକ ବାହିନୀ ମାନେ ମଧ୍ୟ ଯୋଗ ଦେଇଥିବା ସଙ୍ଗେ ଲୋକଙ୍କୁ ଗାଁ ଗାଁ ସମେତ ବିଦ୍ୟାଳୟ ଗୁଡିକକୁ ଯାଇ ସଚେତନ କରିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ବନ ବିଭାଗ ନୂଆଁ ଢଙ୍ଗରେ ସଚେତନ କରିଥିବାରୁ ସାଧାରଣରେ ବନ ବିଭାଗ କର୍ମଚାରୀ ମାନଙ୍କୁ ସାଧୁବାଦୁ ଜଣାଇଛନ୍ତି।

You might also like
error: Content is protected !!